ୟୁକ୍ରେନର ଶେଷ ବଡ଼ ଗଡ଼କୁ ଦଖଲ କଲା ରୁଷ ସେନା

ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧରେ ରୁଷ ସେନାକୁ ବଡ଼ ସଫଳତା ମିଳିଥିବା ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି। ରୁଷର ପ୍ରତିରକ୍ଷା ମନ୍ତ୍ରୀ ଦାବି କରିଛନ୍ତି ଯେ, ତାଙ୍କ ସେନା ୟୁକ୍ରେନର ଲୁହାନସ୍କ କ୍ଷେତ୍ରର ଶେଷ ବଡ଼ ସହର ଲିସିଚାଙ୍କସ୍କକୁ ନିଜ ଅକ୍ତିକାରକୁ ଆଣିଛନ୍ତି। ରବିବାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏହି ସଫଳ ଅଭିଯାନ ବାବଦରେ ସେ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତ କଛି ସପ୍ତାହ ଧରି ରୁଷ ସେନା ଏଠାରେ ଅଧିକ ମାତ୍ରାରେ ବୋମା ବର୍ଷା କରୁଥିଲା। କିନ୍ତୁ ୟୁକ୍ରେନ ସେନାଠାରୁ ବଡ ଗତିରୋଧର ସାମନାକୁ କରୁଥିଲେ।

ରୁଷ ପୂର୍ବରୁ ପଡୋଶୀ ସିଭିଏରୋଦୋନେତସ୍କ ଅଞ୍ଚଳକୁ ନିଜ କବଜାକୁ ନେଇଥିଲା। ପୁଟିନଙ୍କ ପରାମର୍ଶଦାତା ଶନିବାର ତାଙ୍କୁ ସୂଚନା ଦେଇ କହିଥିଲେ ଯେ, ଲିସିଚାଙ୍କସ୍କ ଖୁବଶୀଘ୍ର ଅକ୍ତିକାରକୁ ଆସିବ । ତେବେ ୟୁକ୍ରେନ ପକ୍ଷରୁ ଏହା ଉପରେ କୌଣସି ଆନୁଷ୍ଠାନିକ ଭାବେ କୌଣସି ବୟାନ ଦିଆଯାଇ ନାହିଁ। ତେବେ ଶୁକ୍ରବାର ଲୁହାନସ୍କ ଗଭର୍ଣ୍ଣର କହିଥିଲେ, ରୁଷ ସେନା ସହରକୁ ନିଜ ଅକ୍ତିଆରକୁ ନେବା ସ୍ଥିତରେ ନାହିଁ । ଉଲ୍ଲେଖଯୋଗ୍ୟ ଯେ, ସିଭିଏରୋଦୋନେତସ୍କ ଏବଂ ଲିସିଚାଙ୍କସ୍କକୁ ଗୋଟିଏ ନଦୀ ଅଲଗା କରୁଛି ।

ଶନିବାର ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ପରାମର୍ଶଦାତା କହିଥିଲେ ରୁଷ ସେନା ପ୍ରଥମ ଥର ପାଇଁ ଏହି ନଦୀ ପାର କରିଛି । ଏଥିପାଇଁ ଆହ୍ୱାନପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଛି । ସେ କହିଛନ୍ତି, ସୋମବାର ଲିସିଚାଙ୍କସ୍କ ସ୍ଥିତି ସ୍ପଷ୍ଟ ହୋଇଯିବ । ଉଲ୍ଲେଖଯୋଗ୍ୟ ଯେ, ରୁଷ ସମର୍ଥିତ ବିଚ୍ଛିନ୍ନତାବାଦୀ ୨୦୧୪ରୁ ୟୁକ୍ରେନର ପୂର୍ବାଞ୍ଚଳକୁ ନିଜ ଅକ୍ତିଆରରେ ରଖିଛନ୍ତି । ୟୁକ୍ରେନକୁ ଆକ୍ରମଣ କରିବା ପୂର୍ବରୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଲୁହାନସ୍କ ଏବଂ ଡୋନେସ୍କକୁ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିଥିଲା।

Spread the love