ଖୁଦୁରୁକୁଣୀ ଓଷା ପାଳନ ବେଳେ ଅଘଟଣ: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯୁବତୀଙ୍କ ମୃତ୍ୟୁ ଅଭିଯୋଗ

କଟକ: ଖୁଦୁରୁକୁଣୀ ଓଷା ପାଳନ ବେଳେ ଅଘଟଣ ଘଟିଛି। ବିଦ୍ୟୁତ ଆଘାତରେ ଜଣେ ଯୁବତୀଙ୍କ ମୃତ୍ୟୁ ନେଇ ଅଭିଯୋଗ ହୋଇଛି। କଟକ ସହରର ସିଡିଏ ହଇରାଣପୁର ବସ୍ତିରେ ଏହି ଅଘଟଣ ଘଟିଛି। ମୃତ ଯୁବତୀ ହେଲେ କଣ୍ଢେଇ ଦାସ।

ସିଡିଏ ହଇରାଣପୁର ବସ୍ତିରେ କଣ୍ଢେଇ ଦାସ ଓ ତାଙ୍କର ସାଙ୍ଗମାନେ ଖୁଦୁରୁକୁଣୀ ଓଷା ପାଳନ କରୁଥିଲେ। ଏହି ସମୟରେ କୌଣସି କାରଣରୁ କଣ୍ଢେଇ ଦାସ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ଏଭଳି ଅଘଟଣକୁ‌ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ଦେଖାଯାଇଛି।

ସୂଚନାଯୋଗ୍ୟ, ଆଜି ଜଗତସିଂହପୁର ଜିଲ୍ଲା ଅଠରବାଙ୍କୀ ନଦୀରେ ଜଣେ ନାବାଳିକା ଭାସି ଯାଇଥିଲେ। ଖୁଦୁରୁକୁଣି ଓଷାରେ ବାଲୁକା ପୂଜା ପାଇଁ ସେ ସାଙ୍ଗମାନଙ୍କ ସହିତ ଯାଇଥିଲେ। ନାବାଳିକା ଜଣଙ୍କ ଆରତୀ ମଲ୍ଲିକ ଓ ତାଙ୍କ ବୟସ ୧୪ ବର୍ଷ ହୋଇଥିବା ବେଳେ ତାଙ୍କୁ ଏବେ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକ ଖୋଜାଖୋଜି କରିବାରେ ଲାଗିପଡ଼ିଥିଲେ।

Spread the love