ବାରରେ ପ୍ରେମୀ ଯୁଗଳଙ୍କୁ ଅସଦାଚରଣ ଅଭିଯୋଗ, ଇନଫୋସିଟି ପୋଲିସର ତନାଘନା

ବାର ଭିତରେ ପ୍ରେମୀ ଯୁଗଳଙ୍କୁ ଅସଦାଚରଣ ଅଭିଯୋଗ।  ଭୁବନେଶ୍ୱର ପଟିଆ ନିକଟରେ ଥିବା ଏକ ବାରରେ ଘଟିଛି ଘଟଣା । ରାତି ପ୍ରାୟ ସାଢେ ୧୧ ଟା ସମୟରେ ଘଟିଛି ଏହି ଘଟଣା। ନିଶାଶକ୍ତ ଅବସ୍ଥାରେ କିଛି ମଦ୍ୟପ ଯୁବତୀଙ୍କୁ ଟଣା ଓଟରା କରିବା ନେଇ ଇନ୍ଫୋସିଟି ଥାନାରେ ଅଭିଯୋଗ ହୋଇଛି। ପୁରୁଷ ବନ୍ଧୁ ବାଧା ଦେବାରୁ ତାଙ୍କୁ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ଇନ୍ଫୋସିଟି ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ବାରର ସିସିଟିଭି ଫୁଟେଜକୁ ଯାଞ୍ଚ କରି ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ। ପୂର୍ବରୁ ବିଳମ୍ବିତ ରାତିରେ ବାର ଖୋଲିବା ନେଇ ଆସିଥିଲା ଅଭିଯୋଗ। ବାଉଁସର ଓ ସିକ୍ୟୁରିଟି ଗାର୍ଡଙ୍କ ସମ୍ପୃକ୍ତିକୁ ନେଇ ହୋଇଥିଲା ମାମଲା। ଘଟଣାକୁ ଗମ୍ଭୀରତାର ସହ ନେଇଥିଲା ପୋଲିସ ଓ ଅବକାରୀ ବିଭାଗ । ସେପଟେ ସିସିଟିଭି ଆଧାରରେ ଚିହ୍ନଟ ହୋଇଛନ୍ତି ଅଭିଯୁକ୍ତ। ୨୪ ଘଣ୍ଟା ଭିତରେ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Spread the love