ଗ୍ରାମରକ୍ଷୀଙ୍କୁ ଆକ୍ରମଣ କରି ଯୁବକ ଗିରଫ

ସୋର: ସୋର ବ୍ଲକ୍‌ ଗୁଡ଼ ପଞ୍ଚାୟତ ଗୁଡ଼ ଗ୍ରାମର ରବୀନ୍ଦ୍ର ସ୍ୱାଇଁ (୩୨) ତାଙ୍କ ବାପା ଗୋପାଳ ସ୍ୱାଇଁଙ୍କୁ କୌଣସି କାରଣରୁ ଆକ୍ରମଣ କରିଥିଲେ। ଏ ବାବଦରେ ଗୋପାଳ ଅନନ୍ତପୁର ଫାଣ୍ଡିରେ ଜଣାଇଥିଲେ। ବନ୍ୟା କାରଣରୁ ପହଞ୍ଚି ନପାରିବାରୁ ଫାଣ୍ଡି ଅଧିକାରୀ ଗ୍ରାମରକ୍ଷୀ ସାରଥୀ ମହାଳିକଙ୍କୁ ଘଟଣା ବୁଝିବା ପାଇଁ ପଠାଇଥିଲେ। ସାରଥୀ ଘଟଣା ବାବଦରେ ପଚାରିବାରୁ ରବୀନ୍ଦ୍ର ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଫଳରେ ସାରଥୀ ଗତ ୪ ତାରିଖ ଦିନ ସୋର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ୪୭୨/୨୩ରେ ଏକ ମାମଲା ରୁଜୁ ସହ ତଦନ୍ତ ଚଳାଇଥିଲା। ପରେ ରବୀନ୍ଦ୍ର ଗିରଫ ହୋଇଥିବା ବେଳେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

Spread the love