ବିବାହ ଭୋଜି ଖାଇବାକୁ କେନ୍ଦ୍ର କରି ଖଣ୍ଡାରେ ଆକ୍ରମଣ, ଗୁରୁତର ଅବସ୍ଥାରେ ଯୁବକ ଏସସିବି ମେଡିକାଲକୁ ସ୍ଥାନାନ୍ତର

ବିବାହ ଭୋଜି ଖାଇବାକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ। ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର। ଆଠଗଡ଼ ରଥଗଡା ଛକରେ ବିବାହ ଭୋଜି ଖାଇବାକୁ କେନ୍ଦ୍ର କରି ଆକ୍ରମଣ। ଆଠଗଡ଼ ଥାନା ଗୌଡଝରି ମନ୍ଦିରରେ ଏକ ବିବାହ ଭୋଜିକୁ ରାଧାଗୋବିନ୍ଦ ପୁର ଗାଁ ଓ ଖୁଣ୍ଟକଟା ଗାଁର କିଛି ଯୁବକ ଯାଇଥିଲେ। ଭୋଜି ଖାଇବାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ହାତାହାତି ହୋଇଥିଲେ।

ପରେ ରାଧାଗୋବିନ୍ଦ ପୁର ଗାଁର ଯୁବକ ମାନେ ସଂଘବଦ୍ଧ ଭାବେ ରଥଗଡା ଛକ ନିକଟରେ ଖୁଣ୍ଟକଟା ଗାଁର ଯୁବକଙ୍କୁ ସେଠାରେ ଖଣ୍ଡାରେ ଆକ୍ରମଣ କରିଥିଲେ। ଏଥିରେ ଖୁଣ୍ଟକଟାର ଜଗୁ ନାୟକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘଟଣା ସ୍ଥଳରୁ ଖସି ପାଖ ଥାନାରେ ପହଞ୍ଚି ଥିଲେ। ତାଙ୍କୁ ପ୍ରଥମେ ଆଠଗଡ଼ ମେଡିକାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆଠଗଡ଼ ଏସଡିପିଓଙ୍କ ସହ ଆଠଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

Spread the love