ବିବାହ ବନ୍ଧନରେ ବାନ୍ଧି ହେଲେ ଯୁବ ବୈଜ୍ଞାନିକ ଶେଷ କିଷାନ

ବିବାହ ବନ୍ଧନରେ ବାନ୍ଧି ହେଲେ ଯୁବ ବୈଜ୍ଞାନିକ ଶେଷ କିଷାନ । ଜୟଶ୍ରୀଙ୍କ ହାତ ଧରିଲେ ଶେଷ କିଷାନ୍‌। ସମ୍ବଲପୁର ନାକଟିଦେଉଳ ବ୍ଲକ ବଲାସିଙ୍ଗା ଗାଁର ଯୁବ ବୈଜ୍ଞାନିକ ଶେଷ କିସାନ ବାଲେଶ୍ୱର ବାଲରିଆପାଳ ଅଞ୍ଚଳର ଜୟଶ୍ରୀ ଜେନାଙ୍କୁ କୋର୍ଟରେ ବିବାହ କରିଛନ୍ତି । କୋର୍ଟରେ ବିବାହ ସମୟରେ ଆଡଭୋକେଟ ପରିିକ୍ଷିତ ଦାଶ , ରେଢାଖୋଲ ତହସିଲଦାର ଦେବାଶିଷ ପାତ୍ରଙ୍କ ସମେତ ଉଭୟ ପକ୍ଷର ସମ୍ପର୍କିୟ ଉପସ୍ଥିତ ଥିଲେ । ଆସନ୍ତା ୨୨ ତାରିଖରେ ବୈଧିକ ରୀତିନୀତି ଅନୁସାରେ ରେଢାଖୋଲର ଏକ କଲ୍ୟାଣ ମଣ୍ଡପରେ ବାହାଘର ହେବ ବୋଲି ଶେଷ କିସାନ କହିଛନ୍ତି । ସେ ଏବେ ଜର୍ମାନରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅଛନ୍ତି।

Spread the love