ୟୁଥ ଭଏସ ଓଡିଶା ଏବଂ ଛାତ୍ର କଂଗ୍ରେସର ଖାଦ୍ୟ ବଣ୍ଟନ

ଭୁବନେଶ୍ୱର, ୧/୦୪:  ଆଜି ସନ୍ଧ୍ୟା ସମୟରେ ଇତିଶ ପ୍ରଧାନଙ୍କ ନେତୃତ୍ୱରେ ୟୁଥ ଭଏସ ଓଡିଶା ଏବଂ ଛାତ୍ର କଂଗ୍ରେସ ର କର୍ମକର୍ତା ଙ୍କ ଦ୍ୱାରା ରେଳ ଷ୍ଟେସନ ରେ ଅଟକିଥିବା ଶ୍ରମିକ ମାନଙ୍କୁ ଚୁଡା ଚିନି କଦଳୀ ବିସ୍କୁଟ – ବଣ୍ଟନ କରାଯାଇଛି।  କର୍ମକର୍ତା ମାନେ ଉକ୍ତ ଶ୍ରମିକ ମାନଙ୍କୁ ଖାଦ୍ୟ ଦେବା ସହ ଯେତେ ଦିନ ଯାଏ ବନ୍ଦ ପାଳନ ହେବ ସେତେ ଦିନ ଯାଏ ଖାଦ୍ୟ ଯୋଗେଇ ଦେବାର ପ୍ରତିଶୃତି ମଧ୍ୟ ଦେଇଛନ୍ତି ଏବଂ ସମସ୍ତଙ୍କ ମଧ୍ୟରେ ସତର୍କତା ର ବାର୍ତା ବାଣ୍ଟିଛନ୍ତି । ଛାତ୍ର କଂଗ୍ରେସ ମୁଖପାତ୍ର ସଞ୍ଜୟ ବାରିକ କହିଛନ୍ତି ଯଦି ଆପଣଙ୍କ ନଜରରେ କିଏ ଗରିବ ଶ୍ରମିକ , ଭିକାରି ଥାନ୍ତି ଆମକୁ ଜଣାନ୍ତୁ ଆମେ ତାଙ୍କ ପାଖରେ ଖାଦ୍ୟ ଯୋଗାଇବୁ।

ଆମର ଛାତ୍ର କଂଗ୍ରେସ ର ବିଭିନ୍ନ କର୍ମକର୍ତା ବିଭିନ୍ନ ଜିଲ୍ଲାରେ କାମକରୁଛନ୍ତି ତାଙ୍କର ନାମ ନମ୍ବର ଆମ୍ଭେ ଆପଣଙ୍କ ପାଖେ ପହଞ୍ଚାଇ ଦବୁ।  ଏହି କାର୍ଯ୍ୟକର୍ମ ରେ ଯୋଗ ଦେଇ ଥିଲେ ଇତିଶ ପ୍ରଧାନ , ଲୋକନାଥ ମହାରଥି , ସଞ୍ଜୟ ବାରିକ , ସଂକୁଣା କୁଅଁର , ବିପ୍ଳବ ପରିଡା , ଅହେମଦ ଖାଁ , ଜୟନ୍ତ ଜେନା ।

Spread the love