ଦୁଷ୍କର୍ମ ଉଦ୍ୟମକାରୀକୁ ୫ବର୍ଷ କାରାଦଣ୍ଡାଦେଶ

ଦୁଷ୍କର୍ମ ଉଦ୍ୟମକାରୀକୁ ୫ବର୍ଷର କାରାଦଣ୍ଡର ଆଦେଶ ଦେଲେ ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସ କୋର୍ଟର ଜଜ ସୁମିତା ଜେନା। ମୋରୋଡା ଥାନା ଅନ୍ତର୍ଗତ ଚିତ୍ରଡା ଗ୍ରାମର ଅଭିଯୁକ୍ତ ତାରାଶଙ୍କର ସାହୁଙ୍କୁ ଜେଲ। ଗତ ୨୦୨୨ ମସିହାରେ ଜୈନିକା ନାବାଳିକାକୁ ଘରେ ଏକୁଟିଆ ପାଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହି ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୫ବର୍ଷ କାରାଦଣ୍ଡର ଆଦେଶ ସହିତ ୫ହଜାର ଟଙ୍କା ଜରିମାନା। ଅନାଦେୟ ଅଧିକ ୩ମାସର କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି।

Spread the love