କଟକ ସଦର ଥାନା ଅଞ୍ଚଳରେ ଫୁଟିଲା ଗୁଳି, ଜଣେ ମୃତ

କଟକ: କଟକ ସଦର ଥାନା ଅନ୍ତର୍ଗତ ସୁଭଦ୍ରାପୁର ଅଞ୍ଚଳରେ ଗୁଳି ଫୁଟିବା ଯୋଗୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଚିନ୍ତାମଣି ସାହୁ। କଟକ ଗୋପାଳପୁର ସ୍ଥିତ ଶ୍ୟାମସୁନ୍ଦରପୁରରେ ଘଟିଛି ଏହି ଘଟଣା। ଚିନ୍ତାମଣି ଏଠାରେ ଘର ଭଡା ନେଇ ରହୁଥିଲେ । ସେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ସୁଭଦ୍ରାପୁର ଅଞ୍ଚଳର ଜଗନ ପ୍ରଧାନ ଓ ଶଂଭୁଆ ଗୁଳିମାଡ଼ କରିଥିବା ମୃତକଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି । କଟକ ସଦର ଥାନା ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ବଡ଼ ମେଡିକାଲକୁ ପଠାଇଛି । ତଦନ୍ତ ଜାରି ରହିଛି ।

Spread the love