୨୨ ୟୁଟ୍ୟୁବ ଚ୍ୟାନେଲ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଆଇଟି ନିୟମ ୨୦୨୧ ଆଧାରରେ ଜରୁରୀକାଳୀନ କ୍ଷମତା ବ୍ୟବହାର କରି ୨୨ଟି ୟୁଟ୍ୟୁବ ଚ୍ୟାନେଲ ସହ ୪ଟି ଟ୍ବିଟର ଆକାଉଣ୍ଟ, ଗୋଟିଏ ଫେସବୁକ ଆକାଉଣ୍ଟ ଓ ଏକ ନ୍ୟୁଜ୍‌ ୱେବସାଇଟ ଉପରେ ପ୍ରତିବନ୍ଧକ ଲଗାଇଛି।  ଏଥିରେ ପାକିସ୍ତାନର ୪ଟି ୟୁଟ୍ୟୁବ ନ୍ୟୁଜ ଚ୍ୟାନେଲ ମଧ୍ୟ ରହିଛି। ମନ୍ତ୍ରଣାଳୟ କହିବାନୁଯାୟୀ, ଏହି ଆକାଉଣ୍ଟ ଏବଂ ଚ୍ୟାନେଲଗୁଡିକ ସମ୍ବେଦନଶୀଳ ତଥା ଭାରତର ସୁରକ୍ଷା, ବୈଦେଶିକ ନୀତି, ଜନାଦେଶ ସମ୍ବନ୍ଧୀୟ ମିଥ୍ୟା ଖବର ପ୍ରସାରଣ ଓ ସାମାଜିକ ଗଣମାଧ୍ୟମରେ ଭୁଲ୍‌ ସୂଚନା ଦେଉଥିଲେ। ଆଇଟି ନିୟମ ୨୦୨୧ ଆଧାରରେ ଭାରତୀୟ ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ଉପରେ ପ୍ରଥମ ଥର ପାଇଁ ପଦକ୍ଷେପ ନିଆଯାଇଛି।ସୂଚନାଯୋଗ୍ୟ, ଗତ ବର୍ଷ ଫେବୃଆରୀ ମାସରେ ସରକାର ଆଇଟି ନିୟମ ୨୦୨୧ର ବିଜ୍ଞପ୍ତି ଜାରି କରିଥିଲେ ଯେ ୧୮ଟି ଭାରତୀୟ ଏବଂ ୪ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଯାଇଛି।

Spread the love