ଇସାକ୍ ମୁଣ୍ଡାଙ୍କ ମହନୀୟତା, ୟୁଟ୍ୟୁବରୁ ରୋଜଗାର କରିଥିବା ଟଙ୍କାରେ ମରାମତି କଲେ ଗାଁ ରାସ୍ତା

ସମ୍ବଲପୁର ୨୧।୮: ୟୁଟ୍ୟୁବ ପଇସାରୁ ମରାମତି କଲେ ଗାଁ ରାସ୍ତା । ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ୍ ରେ ପ୍ରଶଂସିତ ହୋଇଥିବା ସମ୍ବଲପୁରର ଯୁବ ୟୁଟ୍ୟୁବର ଇସାକ୍ ମୁଣ୍ଡା ନିଜ ଗାଁ ରାସ୍ତା ମରାମତି କରିଛନ୍ତି । ଏହାସହ ନିଜ ଗାଁ ବାବୁପାଲି ରାସ୍ତା ଅତ୍ୟନ୍ତ ଖରାବ ଥିବାରୁ ଏହାର ମରାମତି ପାଇଁ ସେ ପ୍ରଶାସନକୁ ଅନୁରୋଧ ମଧ୍ୟ କରିଛନ୍ତି । ସେ ପ୍ରଥମ ପର୍ଯ୍ୟାୟରେ ୬ଜଣ ଶ୍ରମିକ ଓ ନିଜେ ରାସ୍ତା ମରାମତି କରିଛନ୍ତି । ଟ୍ରାକ୍ଟର ଯୋଗେ ୩ ଟ୍ରିପ୍ ପଥର ଗୁଣ୍ଡ ସହିତ ଅନ୍ୟାନ୍ୟ ସାମଗ୍ରୀ ଆଣି ମରାମତି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ନିଜ ଗାଁ ବାବୁପାଲିକୁ ଆସିଥିବା ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ସେ ଏଭଳି ପଦକ୍ଷେପ ନେଇଛନ୍ତି । ଆଦିବାସୀ ପରମ୍ପରା ଓ ବନ୍ୟଜନ୍ତୁକୁ ତଥା ଦୈନନ୍ଦିନ ଚଳଣିକୁ ୟୁଟ୍ୟୁବରେ ଅପଲୋଡ୍ କରି କିଛି ଦିନ ଭିତରେ ଫେମସ ହେବା ସହ ଲକ୍ଷାଧିକ ଟଙ୍କା ରୋଜଗାର କରିଥିଲେ । ଏପରିକି ଇସାକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଥିଲେ ।

Spread the love