ତାଣ୍ଡବ ରଚିଲା ଝଡବାତ୍ୟା ‘ୟୁନିସ’ : ୮ ମୃତ

ନୂଆଦିଲ୍ଲୀ, ୧୯।୦୨ : ବ୍ରିଟେନ ସମେତ ୟୁରୋପର ଅନେକ ଅଞ୍ଚଳରେ ଭୟଙ୍କର ବାତ୍ୟା ୟୁନିସ ତାଣ୍ଡବ ରଚିଛି । ଏହା ଘଣ୍ଟା ପ୍ରତି ପବନର ବେଗ ୧୨୦ ମାଇଲ୍ ଅତିକ୍ରମ କରିଛି । ଫଳରେ ଅନେକ ଘରଦ୍ୱାର ଭାଙ୍ଗିଯିବା ସହ ୮ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏପରିକି ଲଣ୍ଡନ ବିମାନ ବନ୍ଦର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏକ ବିମାନ ବଡ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛି ।

ଶୁକ୍ରବାର ଆଟଲାଣ୍ଟିକ୍ ମହାସାଗରରେ ସୃଷ୍ଟି ବାତ୍ୟା ୟୁନିସ ଲଣ୍ଡନରେ ମାଡ ହୋଇଥିଲା । ଲ୍ୟାଣ୍ଡଫଲ ବେଳେ ପବନର ଘଣ୍ଟା ପ୍ରତି ବେଗ ୧୨୦ ମାଇଲ ଅତିକ୍ରମ କରିଯାଇଥିଲା  ସବୁଠାରୁ ବେଶୀ କ୍ଷୟକ୍ଷତିର ସାମ୍ନା କରିଛି ପଶ୍ଚିମ ଇଂଲଣ୍ଡ । କାର୍ଣ୍ଣିଭାଲରେ ମଧ୍ୟ ବାତ୍ୟା ପାଇଁ ଉଚ୍ଚ ଜୁଆର ଉଠୁଛି ।

ବାତ୍ୟାର ତାଣ୍ଡବ

ଲଣ୍ଡନରେ ବାତ୍ୟା ପାଇଁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ସେ କାରରେ ଥିଲା ବେଳେ ଗଛ ଭାଙ୍ଗି ପଡିଥିଲା ଓ ସେ ପ୍ରା ହରାଇଥିଲେ । ଲିଭରପୁଲରେ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ହାମ୍ପସୟାରରେ ୩ ଜଣ ପ୍ରାଣ ହରାଇଛନ୍ତି । ଆୟରଲାଣ୍ଡରେ ମଧ୍ୟ ଜଣେ ମୃତ୍ୟୁବରଣ କରିଛନ୍ତି ।

ଏତତ୍ ବ୍ୟତୀତ ଓ୍ୱେଲସରେ ବିଜୁଳି ସେବା ବିଭ୍ରାଟ ହୋଇଛି । ଅନେକ ସ୍ଥାନରେ ରାସ୍ତା ଉପରେ ଗଛ ଭାଙ୍ଗି ପଡିଯିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଘର ମଧ୍ୟ ଭାଙ୍ଗି ଯାଇଛି । ସହରରେ ରେଡ୍ ଆଲର୍ଟ ଜାରି କରାଯାଇଛି । ପାଣିପାଗ ବିଭାଗ ମଧ୍ୟ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ।

Spread the love