ନାଗରିକ ସଂଶୋଧନ ଆଇନ ସମର୍ଥନରେବିଜେପି ଯୁବମୋର୍ଚ୍ଚାର ମାନବ ଶୃଙ୍ଖଳ

 ନାଗରିକତା ସଂଶୋଧନ ବିଧେୟକ -୨୦୧୯ ସିଏଏକୁ ନେଇ କେହି ଭୟଭୀତ ହେବାର କୌଣସି କାରଣ ନାହିଁ । ଦେଶ ବିଭାଜନ ସମୟରେ ତକ୍ରାଳୀନ ନେତୃତ୍ୱ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ହିଁ ଏହି ଆଇନ ଦ୍ୱାରା ପୂରଣ କରାଯାଇ ପାରିଛି । ଭାରତର ଜଣେ ହେଲେ ନାଗରିକ ଏହି ଆଇନ ଦ୍ୱାରା ପ୍ରଭାବିତ ହେବାର ତିଳେମାତ୍ର ଆଶଙ୍କା ନାହିଁ । ତିନୋଟି ପଡ଼ୋଶୀ ଦେଶରେ ଧର୍ମୀୟ ଉତ୍ପୀଡ଼ନର ଶିକାର ହୋଇଥିବା ସଂଖ୍ୟାଲଘୁମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ଲାଗି ଏହି ଆଇନ ପ୍ରଣୟନ ହୋଇଛି । ଏହି ଆଇନରେ କେବଳ ଉପ୍ତିଡନର ଶୀକାର ହୋଇଥିବା ବର୍ଗର ଲୋକଙ୍କୁ ସାମିଲ କରାଯାଇଛି, କାହାପ୍ରତି କୌଣସି ଭେଦଭାବ କରାଯାଇ ନାହିଁ ।ବଙ୍ଗଳାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରେ ଧାର୍ମିକ ବିଦ୍ୱେଷ କାରଣରୁ ଅମାନବିୟ ଯାତନାର ଶିକାର
ହୋଇଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ଖ୍ରୀଷ୍ଟିୟାନମାନଙ୍କର ସମସ୍ୟାର ସମାଧାନ ପାଇଁ ରାଜନୈତିକ ଇଛାଶକ୍ତି, ଅତୁଟ ପ୍ରତିବଦ୍ଧତା, ପୁର୍ଣ୍ଣ ସର୍ମପଣ, ଦୁରଦର୍ଶିତା ଦେଖାଇବା ସହିତ ରାଜନୈତିକ ଚାପର ଉପରକୁ ଉଠି ସମସ୍ତ ବାଧାକୁ ପଛରେ ପକାଇ କେନ୍ଦ୍ର ସରକାର ଏହି ମହାନ ନିଷ୍ପତି ନେଇଛନ୍ତି । ଅନ୍ୟ ପଟେ ଦେଶର ବିରୋଧୀ ଦଳମାନେ ନିଜ ନିଜର ଅସ୍ତିତ୍ୱ ବଂଚାଇବା ପାଇଁ ବିଭିନ୍ନ ପ୍ରକାର ମିଥ୍ୟା ପ୍ରଚାର ଏବଂ
ଗୁଜବ ସୃଷ୍ଟି କରି ସମାଜରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି । ଏପରିକି ହିଂସା ଜରିଆରେ ଦେଶରେ ଶାନ୍ତି ଭଂଗ କରିବା ସାଧାରଣ ଜନତାଙ୍କ ଧନଜୀବନ ନଷ୍ଟ କରୁଛନ୍ତି । ଗଣତନ୍ତ୍ରରେ ବାଦବିବାଦ, ତର୍କବିତର୍କର ସ୍ଥାନ ଅଛି କିନ୍ତୁ ହିଂସାର ସ୍ଥାନ ନାହିଁ । ବିରୋଧୀଙ୍କ ଅପପ୍ରଚାର ବିରୁଦ୍ଧରେ ବିଜେପି ଯୁବମୋର୍ଚ୍ଚା ତରଫରୁ ଜନସଚେତନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଯୁବମୋର୍ଚ୍ଚା ତରଫରୁ ଆଜି ଭୂବନେଶ୍ୱର ମାଷ୍ଟର କ୍ୟାଂଟିନ ଛକରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ଏକ ମାନବ ଶୃଙ୍ଖଳ କରାଯାଇ ସଚେତନ କରାଯାଇଥିଲା । ହାତରେ ଜାତୀୟ ପତାକା ଧରି ଶହ ଶହ କାର୍ଯ୍ୟକର୍ତା ସିଏଏ ସମର୍ଥନରେ ସ୍ଲୋଗାନ ଦେବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ ।ଆଗାମୀ ଦିନରେ ସମସ୍ତ ଜିଲ୍ଲାରେ ଯୁବମୋର୍ଚ୍ଚା ତରଫରୁ ସିଏଏ ସମର୍ଥନରେ ଦସ୍ତଖତ ଅଭିଯାନ କରାଯିବା ସହ ଯୁବବର୍ଗଙ୍କୁ ଏହି ଆଇନର ଆବଶ୍ୟକତା ବିଷୟରେ ସଚେତନତା କରାଯିବ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ ସୁଚନା ଦେଇଛନ୍ତି ।
ଆଜିର ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଉପସଭାପତି ସିକନ୍ଦର ଅଲ୍ଲୀ, କାମାକ୍ଷା ପ୍ରଧାନ, ଏନ.ରାଜେନ୍ଦ୍ର କୁମାର, ରାଜ୍ୟ ସଂପାଦକ
ଇରାଶୀଷ ଆଚାର୍ଯ୍ୟ, ଦୀପକ ଗୋଚ୍ଛାୟତ, ବିଶ୍ୱଜିତ ଷଡଙ୍ଗୀ, ଅଭିଜିତ ମିଶ୍ର, ଜିଲ୍ଲା ସଭାପତି ଅଭିଷେକ ଆଚାର୍ଯ୍ୟ, ଭକ୍ତବତ୍ସଳ ବସ୍ତିଆ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ପ୍ରବକ୍ତା ଦିଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ, ବାବୁ ସିଂ, ବିଭୁତି ଜେନା, ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love