ZEE Odishaର “UDAAN” (Dare to Dream)ସମ୍ମାନରେ ଅରୁନ୍ଧତୀ ଜୁଏଲର୍ସ ସମ୍ମାନୀତ

ଭୁବନେଶ୍ୱର ୧୬।୦୧ : ଭୁବନେଶ୍ୱର ସ୍ଥିତ ମେ ଫେୟାର ହୋଟେଲ ଠାରେ ଆୟୋଜିତ ZEE ଓଡିଶାର “UDAAN” (Dare to Dream)କାର୍ଯ୍ୟକ୍ରମରେ ଅରୁନ୍ଧତୀ ଜୁଏଲର୍ସର ଉଲ୍ଲେକ୍ଷନୀୟ ସଫଳତା ପାଇଁ ବାଚସ୍ପତି(ଓଡିଶା ବିଧାନସଭା) ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦ୍ୱାରା ଅରୁନ୍ଧତୀ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେରଙ୍କୁ ସମ୍ମାନିତ କରାଯାଇଅଛି ।

ପ୍ରକାଶ ଥାଉ କି ଚଳିତ ମହାମାରୀ ସମୟରେ ବହୁ ବଧାବିଘ୍ନ ଥାଇ ମଧ୍ୟ ଅରୁନ୍ଧତୀ ଗ୍ରୁପ ତା\’ର ସମସ୍ତ କର୍ମଚାରୀମାନଙ୍କର ସମସ୍ତ ସମସ୍ୟା ଗୁଡିକୁ ସଫଳତାର ସହିତ ସାମନା କରି ୨୫୦ ରୁ ଉର୍ଦ୍ଧ କୁଶଳୀ କର୍ମଚାରୀଙ୍କୁ ନୂତନ ନିଯୁକ୍ତି ସୁଯୋଗ ଦେଇଅଛି । ଅରୁନ୍ଧତୀ ପରିବାର ସମସ୍ତ ସଦସ୍ୟମାନଙ୍କୁ ଏହି ସମୟ ମଧ୍ୟରେ ମୌଳିକ ସୁବିଧା ଯୋଗାଇଦେବା ସହ ତାଙ୍କର ସଂପୂର୍ଣ୍ଣ ଭାବରେ ମନବଳ ବୃଦ୍ଧି କରାଯାଇଥିଲା । ଗ୍ରାହକ ସନ୍ତୁଷ୍ଟିର ମୂଳ ମନ୍ତ୍ରକୁ ଧାରଣକରି ମହାମାରୀ ସମୟରେ ପ୍ରିୟ ଗ୍ରାହାକମାନଙ୍କ ସହ ବିଭିନ୍ନ ମାଧ୍ୟମରେ ଯୋଡି ହୋଇ ରହିଥିଲା । ଏପରିକି ଏକ ଦାୟିତ୍ୱବାନ ଘରୋଇ ସଂସ୍ଥା ଭାବରେ କରୋନା ମହାମାରୀ ସମୟରେ ସବୁବର୍ଗର ଗ୍ରାହାକମାନଙ୍କ ପାଇଁ ଓ ସମସ୍ୟାରେ ରହିଥିବା ଲୋକମାନଙ୍କ ଉପରେ ନଜର ରଖି ଆବଶ୍ୟକ କାର୍ଯ୍ୟକ୍ରମ ଓ ସହଯୋଗ ସବୁ କରାଯାଇଥିଲା ।

ଏହି ଅବସରରେ ଅରୁନ୍ଧତୀ ଜ୍ୱେଲର୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମେହେର ପ୍ରକାଶ କରିଛନ୍ତି ଯେ ଅରୁନ୍ଧତୀର ସଫଳ ଯାତ୍ରା ଦୀର୍ଘ ୨୨ବର୍ଷ ପୂର୍ବରୁ ବଲାଙ୍ଗୀର ମାଟିରୁ  ଆରମ୍ଭ ହୋଇଥିଲା । ଗ୍ରାହାକମାନଙ୍କର ସ୍ନେହ, ଶ୍ରଦ୍ଧା, ଆଶୀର୍ବାଦ ଓ ଅରୁନ୍ଧତୀ ଉପରେ ଥିବା ପ୍ରଗାଢବିଶ୍ୱାସ ପାଇଁ  ଅରୁନ୍ଧତୀ ଆଜି ସାରା ଓଡିଶାର ଏକ ପ୍ରତିଷ୍ଠିତ ଅଗ୍ରଣୀ ସୁନା ଗହଣା ବ୍ରାଣ୍ଡ ଭାବରେ ମାନ୍ୟତା ପାଇବା ସହିତ ଆଜି ଏହି ସମ୍ମାନରେ ସମ୍ମାନୀତ ହୋଇ ପାଇପାରିଛି ।

ଗତ ୨୨ବର୍ଷ ଧରି ସୁନା ଗହଣା ମାନରେ ସୁଦ୍ଧତା, କାରୁକାର୍ଯ୍ୟତା, ସଠିକ୍ ବ୍ୟବସାୟୀକ ପଦକ୍ଷପ ଓ ତା ମଧ୍ୟରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିବା ସହ ଗ୍ରାହକ ସେବାରେ ଆତ୍ମୀୟତାର ଭାବକୁ ଆଧାର କରି ଅରୁନ୍ଧତୀ ଆଜି ଓଡ଼ିଶାର ଜନମାନସଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ନେଇପାରିଛି ଓ ପ୍ରତିଟି ଘରର ଏକ ଅଂଶବିଶେଷ ହୋଇପାରିଛି । ଆଗାମୀ ଦିନରେ ରାଉରକେଲା, କଟକ ସହର ସହ ଓଡିଶାର ପ୍ରମୁଖ ସହରରେ ଅରୁନ୍ଧତୀର ସେବା ଯୋଗାଇଦେବା ପ୍ରୟାସ ଜାରି ରହିବ ।

Spread the love