ଜିରୋ ନାଇଟ୍ ସେଲିବ୍ରେସନରେ ଝୁମିବେ ଲୋକେ

ଆଉ ମାତ୍ର ଦୁଇ ଦିନ ପରେ ବିଦାୟ ନେବ ପୁରୁଣା ବର୍ଷ 2022 ଏବଂ ଆସିବ ନୂଆବର୍ଷ 2023 । ନୂଆବର୍ଷର ଆଗମନକୁ ବେଶ ଧୁମଧାମରେ ପାଳନ କରିବା ପାଇଁ କଟକର ବିଭିନ୍ନ କ୍ଳବ, ହୋଟେଲରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । କଟକର ବିଭିନ୍ନ କ୍ଲବ ହୋଟେଲରେ ଜିରୋ ନାଇଟ ସେଲିବ୍ରେଶନ ପାଇଁ ଚାଲିଛି ବ୍ୟାପକ ଆୟୋଜନ । ଚଳିତ ବର୍ଷ ଓସିଏ କ୍ଲବରେ ଓଡିଆ ଷ୍ଟାର ତଥା ବଲିଓଡ ସିଙ୍ଗର ରୁତୁରାଜ ମହାନ୍ତି,  ଲକିଂ ଆଣ୍ଡ ପପିଂ ଷ୍ଟାର ହରିହରଙ୍କ ସହ ରସିଆନ ବେଲି ଡ୍ୟାନ୍ସ ମୁଖ୍ୟ ଆକର୍ଷଣ ରହିଵ । ସେହିପରି ସହରର ସର୍ଵପୁରାତନ କଟକ କ୍ଲବରେ ମଧ୍ୟ ଜିରୋ ନାଇଟ ପାଇଁ ମୁମ୍ବାଇରୁ ଡ୍ୟାନ୍ସ ଗ୍ରୁପ ସହ ଅନେକ ବଲିଓଡ ଓଲିଉଡ଼ କଳାକାରଙ୍କ କାର୍ଯ୍ୟକ୍ରମ ରହିଛି ।

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ବିଭିନ୍ନ ହୋଟେଲରେ ଫୁଡ କୋର୍ଟ ମଧ୍ୟ କରାଯିବ । ଷ୍ଟାଟର ସହ ଭେଜ, ନନଭେଜ, ଚାଇନିଜ, କଣ୍ଟିନେଣ୍ଟାଲ ଫୁଡ଼ ବ୍ୟବସ୍ଥା କରାଯାଇଛି ।  ଅନ୍ୟପଟେ ଜିରୋ ନାଇଟ ଓ ନୂଆବର୍ଷକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିବା ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ସହ ପୁରା ସହରରେ ପୋଲିସ ମୁତୟନ ଏବଂ ମଦୁଆଙ୍କ ସହ ମଦ ପିଇ ଗାଡି ଚଲାଉଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯିବ ବୋଲି କହିଛନ୍ତି ଡିସିପି । କୋଭିଡର ଦୁଇ ବର୍ଷ ପରେ ନୂଆବର୍ଷ ସେଲିବ୍ରେସନ କରିବା ପାଇଁ ସୁଯୋଗ ମିଳିଥିବାରୁ ବେଶ ଉତ୍ସାହିତ ଅଛନ୍ତି ସହର ବାସୀ।

Spread the love