ଆସନ୍ତାକାଲି ଠାରୁ ମକର ରାଶିରେ ଶନି ଓ ମଙ୍ଗଳଙ୍କ ଚଳନ, ଉପୁଜିବ ବିବାଦ
ଗ୍ରହ ଚଳନ ବ୍ୟକ୍ତିଙ୍କ ମାନସିକ ଓ ଶାରୀରିକ ଉପରେ ପ୍ରଭାବ ପକାଇଥାଏ | ଫେବ୍ରୁଆରୀ ୨୬ ରୁ ମଙ୍ଗଳଙ୍କ ଚଳନ କିଛି ରାଶି ଉପରେ ଖରାପ ପ୍ରଭାବ ପକାଇବ | ଯୁଦ୍ଧ, ବିବାଦ, କ୍ରୋଧ ଓ ସାହସର କାରକ ଗ୍ରହ ହେଉଛନ୍ତି ମଙ୍ଗଳ | ଆସନ୍ତାକାଲି ଅର୍ଥାତ ଶନିବାର ଦିନ ୩ ଟା 15 ମିନିଟ ରେ ମଙ୍ଗଳ ମକର ରାଶିକୁ ଚଳନ କରିବେ | ମକର ରାଶି ମଙ୍ଗଳଙ୍କ ଉଚ୍ଚ ରାଶି | ଏଠାରେ ମଙ୍ଗଳ ଓ ଶନିଙ୍କ ଯୋଗ ବିବାଦ ଓ ଲଢେ଼ଇକୁ ଜନ୍ମ ଦେଇଥାଏ | ତେଣୁ ଏହି ରାଶି ଲୋକେ ବିଶେଷ ସାବଧାନ ରହିବ ଉଚିତ |