ଫ୍ରେଣ୍ଡସିପ ଡେ’ରେ ଜୋମାଟେ ସିଇଓ ବନିଲେ ଡେଲିଭରି ବୟ

ନିଆରା ଉପାୟରେ ପ୍ରେଣ୍ଡସିପ ଡେ’ ପାଳିଲେ ଜୋମାଟୋ ସିଇଓ ଦିପିନ୍ଦର ଗୋୟଲ । ସେ ଟ୍ୱିଟରରେ ଏକ ପୋଷ୍ଟ କରି ଏହାର ସୂଚନା ଦେଇଥିଲେ । ଯେଉଁଥିରେ ସେ ଜୋମାଟୋ ବୟ ଟି-ସାର୍ଟ ପିନ୍ଧିଥିବାର ନଜର ଆସୁଛନ୍ତି । ଏହାସହ କିଛି ପ୍ରେଣ୍ଡସିପ ବ୍ୟାଣ୍ଡ ବି ହାତରେ ଧରିଛନ୍ତି । ଆଉ ଏଥିରେ ସେ ଡେଲିଭରି ପାର୍ଟନର୍ସ, ରେସ୍ତୋରାଁ ପାର୍ଟନର୍ସ ଓ ଗ୍ରାହକଙ୍କୁ ସରପ୍ରାଇଜ ଦେବା କଥା ଲେଖିଛନ୍ତି । ଗୋୟଲଙ୍କ ଏହି ପୋଷ୍ଟ ପରେ ଅନେକ ଟ୍ୱିଟର ୟୁଜର୍ସ ତାଙ୍କୁ କମେଣ୍ଟ କରିଛନ୍ତି । ଜଣେ ଲେଖିଛନ୍ତି ଆଜି ଜୋମାଟୋ ଗ୍ରାହକ ସରପ୍ରାଇଜ ଆଶାରେ ଆଜି ଅଧିକ ଅର୍ଡର ଦେବେ । ଆଉ ଜଣେ ଲେଖିଛନ୍ତି କି, କଣ ଆପଣ ଚଣ୍ଡିଗଡରେ ଡେଲିଭରି କରିବେ କି? ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଆପଣଙ୍କଠାରୁ ପ୍ରେଣ୍ଡସିପ ବ୍ୟାଣ୍ଡ ମିଳିବା ପରେ ଅନେକ ଲୋକଙ୍କ ଦିନ ଖୁସିରେ କଟିବ । ଭାରତରେ ପ୍ରେଣ୍ଡସିପ ଡେ’ ଅଗଷ୍ଟ ମାସର ପ୍ରଥମ ରବିବାର ପାଳନ କରାଯାଏ । ତେଣୁ ଏଥର ଅଗଷ୍ଟ ୬ ତାରିଖରେ ପ୍ରେଣ୍ଡସିପ ଡେ ପାଳନ ହେଉଛି । ଭାରତ ବ୍ୟତୀତ ବାଂଲାଦେଶ, ୟୁଏଇ, ମାଲେସିଆ ଓ ଆମେରିକାରେ ବି ଆଜି ପ୍ରେଣ୍ଡସିପ ଡେ ପାଳନ ହେଉଛି ।

Spread the love