ଅତିରିକ୍ତ ତହସିଲଦାରଙ୍କୁ ପିଇଓଙ୍କ ଅଶ୍ଳୀଳ ଇଙ୍ଗିତ ମାମଲା, ଗିରଫ ଭୟରେ ବିଷ ପିଇଲେ ପିଇଓ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଅତିରିକ୍ତ ତହସିଲଦାରଙ୍କୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ଳୀଳ ଇଙ୍ଗିତ ଘଟଣା । ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ ପରେ ମାମଲା ରୁଜୁ କରିଛି ପୋଲିସ। ଜଣେ ମହିଳା ପୋଲିସ ଅଧିକାରୀ ଘଟଣାର ତଦନ୍ତ କରୁଥିବା ବେଳେ ତାକୁ ତଦାରଖ କରୁଛନ୍ତି ଡିଏସପି ପାହ୍ୟାର ଅଧିକାରୀ । ସେପଟେ ଗିରଫ ଭୟରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ ପିଇଥିବା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି । ବର୍ତ୍ତମାନ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି । ତଦନ୍ତ ଚାଲିଥିବା ବେଳେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।
