ଅଶୋକନଗରରେ ନିର୍ମାଣ ହେବ ଅତିଥି ଭବନ
ଭୁବନେଶ୍ବର : ଭୁବନେଶ୍ବର ୟୁନିଟ୍ -୨ ଅଶୋକନଗରରେ ନିର୍ମାଣ ହେବ ଅତିଥି ଭବନ। ଅତିଥି ଭବନ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଭିନ୍ନ ଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକମାନେ ଏହି ଅତିଥି ଭବନରେ ରହି ପାରିବେ। ସ୍ବାସ୍ଥ୍ୟ ସଂପର୍କିତ ହେଉ କିମ୍ବା ଅନ୍ୟ କୌଣସି ଅଫିସ କାର୍ଯ୍ୟରେ ଆସିଥାନ୍ତୁ, ଅତିଥି ଭବନରେ ରହି ନିଜର କାର୍ଯ୍ୟ କରି ପାରିବେ। ରାଜଧାନୀକୁ ବିଭିନ୍ନ ଜିଲ୍ଲାରୁ ଆସୁଥିବା ଲୋକଙ୍କ ସୁବିଧା ରହଣି ପାଇଁ ରାଜ୍ୟ ସରକାର ଏକ ଅତିଥି ଭବନ ନିର୍ମାଣ ପାଇଁ ଚିନ୍ତା କରିଛନ୍ତି। ..