ଆଇସିସି ଦିନିକିଆ ବ୍ୟାଟସମ୍ୟାନ ରାଙ୍କିଂ : ବିରାଟ କୋହଲି ନଂ ୧ ବ୍ୟାଟର, ୩ ନଂ ସ୍ଥାନକୁ ଖସିଲେ ରୋହିତ ଶର୍ମା
ନୂଆଦିଲ୍ଲୀ : ୨୦୨୬ ପ୍ରଥମ ଆଇସିସି ରାଙ୍କିଂ ଜାରି ହୋଇଛି । ଏହାରି ଭିତରେ ପୁଣି ଫର୍ମକୁ ଫେରିଛନ୍ତି ବିରାଟ କୋହଲି । ବିରାଟ କୋହଲି ପୁଣି ଥରେ ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ବିରାଟ କୋହଲି ନମ୍ବର ୱାନ୍ ବ୍ୟାଟର ହୋଇଛନ୍ତି । ପ୍ରାୟ ୪ ବର୍ଷ ପରେ ପୁଣି ଥରେ କୋହଲି ଦିନିକିଆରେ ବିଶ୍ୱର ନମ୍ବର ୱାନ୍ ବ୍ୟାଟର ହୋଇଛନ୍ତି ।
ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ କୋହଲି ୯୧ ବଲରେ ୯୩ ରନର ଇନିଂସ ଖେଳିଥିଲେ । ଏହି ପ୍ରଦର୍ଶନ ତାଙ୍କୁ ମାନ୍ୟତା ପରିବର୍ତ୍ତନ ହୋଇଛି । ପ୍ରଥମ ଦିନିକିଆରେ ସେ ପ୍ଲେୟାର ଅଫ ଦି ମ୍ୟାଚ ମଧ୍ୟ ବିବେଚିତ ହୋଇଥିଲେ । ଦିନିକିଆରେ ନମ୍ବର ୱାନ୍ ବ୍ୟାଟର ହୋଇ ପୁଣି ଥରେ ନିଜର ଶ୍ରେଷ୍ଠତା ହାସଲ କରିଛନ୍ତି । ହିଟମ୍ୟାନ ରୋହିତ ଶର୍ମାଙ୍କୁ ପଛରେ ପକାଇଛନ୍ତି ବିରାଟ । ତେବେ ଏବେ ସିରିଜ ଜାରି ରହିଛି, ପୁଣିଥରେ ଏଥିରେ ପରିବର୍ତ୍ତନ ହୋଇପାରେ ।
ICC ODI ରାଙ୍କିଂରେ ବିରାଟ କୋହଲି ୭୮୫ ରେଟିଂ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ବ୍ୟାଟସମ୍ୟାନ ଡାରିଲ ମିଚେଲ ୭୮୪ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ରୋହିତ ଶର୍ମା ୭୭୫ ରେଟିଂ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛନ୍ତି । ଶୁବମନ ଗିଲ ପଞ୍ଚମ ସ୍ଥାନରେ ଏବଂ ଶ୍ରେୟସ ଆୟର ୧୦ ମ ସ୍ଥାନରେ ରହିଛନ୍ତି ।
