ଆସନ୍ତା ୨ ଦିନରେ କମିବ ଶୀତ, ବଢ଼ିବ ରାତି ତାପମାତ୍ରା

ଭୁବନେଶ୍ୱର : ବଢ଼ିବ ତାପମାତ୍ରା, କମିବ ଶୀତ ।  ଆସନ୍ତା ୨ ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା ।  ଶୀତ ଦାଉରୁ ରକ୍ଷା ପାଇବେ ରାଜ୍ୟବାସୀ ।  ଆସନ୍ତା ୨୪ ଘଣ୍ଟା କଟକ, ଖୋର୍ଦ୍ଧା, ଜଗତସିଂହପୁର, ଝାରସୁଗୁଡା, ସୁନ୍ଦରଗଡ଼ ଓ ଅନୁଗୁଳରେ ଶୀତ ଲହରୀ ଜାରି ରହିବାର ସମ୍ଭବନା ରହିଛି ।  ଶୀତ ଲହରୀକୁ ନେଇ ଆସନ୍ତା ଦୁଇ ଦିନ ପାଇଁ ରାଜ୍ୟରେ ୱାଣ୍ଣିଂ ଜାରି କରାଯାଇଛି ।  ରାଜ୍ୟରେ ଘନ କୁହୁଡିର ସମ୍ଭବନା ନଥିବା ବେଳେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଯିବ ।  ଜି. ଉଦୟଗିରିରେ ୩.୨ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି ।  ସେହିପରି ରାଉରକେଲାରେ ୪.୧ ଡିଗ୍ରୀ ସେଲସିଅସ୍ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱର ୯.୨ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

Spread the love