ଓଡ଼ିଆ ଜାତି ପାଇଁ ଗର୍ବ ଓ ଗୌରବ ଡ଼. ଅଚ୍ୟୁତ ସାମନ୍ତ : ଅଶ୍ୱିନୀ ପାତ୍ର
ଭୁବନେଶ୍ୱର : ଅଚ୍ୟୁତ ସାମନ୍ତ ଜଣେ ସାଧାରଣ ବ୍ୟକ୍ତିତ୍ୱ ନୁହନ୍ତି, ସେ ଜଣେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବ୍ୟକ୍ତି । ନିଜର ସାଧନା, ଚେଷ୍ଟା, ତ୍ୟାଗ, ସେବା ଓ ସମର୍ପଣ ଯୋଗୁଁ ସେ ବିଶ୍ୱ ବିଖ୍ୟାତ ହେବାକୁ ଯାଉଛନ୍ତି । ସେ କୌଣସି ଧନାଢ୍ଯ ପରିବାରରୁ ଆସି ନାହାନ୍ତି ।
ସାଧାରଣ ପରିବାରରୁ ଯାଇ 1992 ମସିହାରେ କେମେଷ୍ଟ୍ରି ଅଧ୍ୟାପକ ହିସାବରେ ପ୍ରଥମେ ଜଳେଶ୍ୱରରେ 200 ଟଙ୍କା ବେତନରେ ଚାକିରୀ କରିଥିଲେ । ଓଡ଼ିଆ ଜାତି ପାଇଁ ଗର୍ବ ଓ ଗୌରବ ଡ଼. ଅଚ୍ୟୁତ ସାମନ୍ତ । କିଟ୍, କିସ୍ ଆମ ଜାତି ପାଇଁ ଅପରିହାର୍ଯ୍ୟ ।
ଅକ୍ସଫୋର୍ଡ ୟୁନିର୍ଭସିଟି ଯାଇଛି । କିଟ୍ ଓ କିସ୍ କୁ ଯାଇଛି । ଇଏ ମଧ୍ୟ ସେହିଭଳି ଅନୁଷ୍ଠାନ ହେବାକୁ ଯାଉଛି । ଯିଏ ପ୍ରତିଷ୍ଠାତାଙ୍କୁ ସମାଲୋଚନା କରୁଛି କେବଳ ଅସହିଷ୍ଣୁତା ପାଇଁ । ଡ଼ ସାମନ୍ତ ନିଜର ସାଧନା, ସାଧୁତା ସହ ବ୍ୟାଚଲର ଜୀବନ ଯାପନ କରୁଛନ୍ତି । ଏତେ ବଡ଼ ସଂସ୍ଥା ଗଢିବା କେବଳ ନିଜର ତ୍ୟାଗ ଓ ସମର୍ପଣ ଯୋଗୁଁ ସମ୍ଭବ ହେଇପାରିଛି । ଏପରି ବ୍ୟକ୍ତି ଓଡିଶା ପାଇଁ ଗର୍ବ ଓ ଗୌରବ ।
