ଓଡ଼ିଶା ଇକନୋମିକ୍ ଆସୋସିଏସନର ୫୮ତମ ବାର୍ଷିକ ସମ୍ମିଳନୀ
ଭୁବନେଶ୍ୱର : “ଭାରତ ଓ ବିଶ୍ୱ ବାଣିଜ୍ୟ : ସାମଗ୍ରୀ ଚୁକ୍ତିନାମା ଓ ନୀତି’ ବିଷୟବସ୍ତୁ ଉପରେ କିଟ୍ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଇକନୋମିକ୍ ଆସୋସିଏସନର ୫୮ତମ ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଛି। କିଟ୍ ସ୍କୁଲ୍ ଅଫ୍ ଇକୋନୋମିକ୍ ଆଣ୍ଡ କମର୍ସ ସହଯୋଗରେ ଦୁଇ ଦିନ ବ୍ୟାପୀ ହେବାକୁ ଥିବା ଏହି ସମ୍ମିଳନୀ ଆଜି ଉଦ୍ଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖ୍ୟାତି ସମ୍ପନ୍ନ ଅର୍ଥନୀତି ବିଶାରଦ ପ୍ରଫେସର ଦୀପକ ନାୟାର ଯୋଗଦେଇ ନିଯୁକ୍ତିର ସୃଷ୍ଟି ବଢ଼ିଲେ ହିଁ ଅର୍ଥନୀତିର ଅଭିବୃଦ୍ଧି ହେବ ହେବ ବୋଲି କହିଥିଲେ ।
ଅନ୍ୟତମ ଅତିଥି ଭାବେ କିଟ୍ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି କହିଲେ, କିଟ୍ ଓ କିସ୍ ଭଳି ଅନୁଷ୍ଠାନ ସଶକ୍ତ ଅର୍ଥନୀତିର ଉତ୍ତମ ଉଦାହରଣ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ସୁକାନ୍ତ ଚନ୍ଦ୍ର ସ୍ୱାଇଁ, ଓଡ଼ିଶା ଇକନୋମିକ୍ ଆସୋସିଏସନର ସଭାପତି ପ୍ରଫେସର ଜଗନ୍ନାଥ ଲେଙ୍କା, ସଂପାଦକ ଡ ହିମାଂଶୁ ଶେଖର ରାଉତ ଓ କିଟ୍ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ ଶାଶ୍ୱତ କିଶୋର ମିଶ୍ର ପ୍ରମୁଖ ଯୋଗଦେଇ ଅର୍ଥନୀତି ତଥା ବିଷୟବସ୍ତୁ ଉପରେ ଅଧିକ ଆଲୋଚନା କରିଥିଲେ ।
