କଳିଙ୍ଗାଘାଟିରେ ଧସିଲା ପାହାଡ଼, ଗଞ୍ଜାମ ଓ କନ୍ଧମାଳ ସହ ପଶ୍ଚିମ ଓଡ଼ିଶା ବିଚ୍ଛିନ୍ନ

ଗଞ୍ଜାମ ଓ କନ୍ଧମାଳ : ପୁଣି ଧସିଲା କଳିଙ୍ଗା ଘାଟି ।  ବିରାଟ ବିରାଟ ପଥର ସବୁ ଖସି ରାସ୍ତା ପୁରା ବନ୍ଦ ହୋଇଯାଇଛି ।  କଳିଙ୍ଗାଘାଟି ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ମାତ୍ର ରାସ୍ତା ହୋଇଥିବାରୁ ଯୋଗାଯୋଗ ସଂପୂର୍ଣ୍ଣ ବିଛିନ୍ନ ହୋଇପଡିଛି ।  ଫଳରେ ଉଭୟ ପଟୁ ଶହ ଶହ ଗାଡ଼ି ମୋଟର ଅଟକି ରହିଛି।  ପ୍ରାୟ ୨୦ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ରାସ୍ତା ବନ୍ଦ ହୋଇ ରହିଛି ।

କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଅଂଚଳରେ ବାଦଲ ଫଟା ବର୍ଷା ଫଳରେ କଳିଙ୍ଗା ଘାଟିରେ ଭୂସ୍ଖଳନ ହୋଇଛି।  ପାହାଡ଼ି ପାଣି ଆସି ୪୦ରୁ ୫୦ ଫୁଟ ରାସ୍ତା ବି ଧୋଇ ଯାଇଛି। ଫଳରେ ବ୍ରହ୍ମପୁର-ଭୁବନେଶ୍ୱରରୁ କଳିଙ୍ଗା ଘାଟି ଦେଇ ଫୁଲବାଣୀ-ବାଲିଗୁଡା, ରାୟପୁର-ରାୟଗଡାକୁ ଯାତାୟାତ ସଂପୂର୍ଣ୍ଣ ବନ୍ଦ ରହିଛି। ଘଟଣାସ୍ଥଳରେ NHAIର କତ୍ତୃପକ୍ଷ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି।

କଳିଙ୍ଗା ଘାଟିରେ ଭୁସ୍ଗଳନ ପରେ, ପ୍ରଭାବିତ ହୋଇଛି ଘଟିତଳେ ଥିବା ଦୁର୍ଗାପ୍ରସାଦ ଗାଁ । ଦୋକାନ ବଜାର ଖାଁ ଖାଁ ରହିଛି ।

Spread the love