କେଶରେ ବାରମ୍ବାର ମେହେନ୍ଦି ଲଗାଉଛନ୍ତି କି ? ଜାଣନ୍ତୁ କଣ ପଡେ ପ୍ରଭାବ

ଅଧିକାଂଶ ମହିଳା କେଶ ରଙ୍ଗ କରିବା ପାଇଁ ମେହେନ୍ଦି ବ୍ୟବହାର କରନ୍ତି। କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର ଆମ କେଶକୁ ନଷ୍ଟ ମଧ୍ୟ କରିଥଏ । କେଶ ରଙ୍ଗ କରିବା ପାଇଁ ମେହନ୍ଦି ବହୁ ସମୟ ଧରି ଏକ ପ୍ରିୟ ଓ ପ୍ରାକୃତିକ ରଙ୍ଗ ହୋଇଆସିଅଛି । ଶତାବ୍ଦୀ ଶତାବ୍ଦୀ ଧରି ଏହାକୁ ବ୍ୟବହାର କରିଆସୁଛନ୍ତି । ମାର୍କେଟ ରେ ମିଳୁଥିବା ସିନ୍ଥେଟିକ୍ ରଙ୍ଗଠାରୁ ମେହେନ୍ଦି ପ୍ରାୟତଃ ଏକ ନିରାପଦ ଏବଂ ବିନା କେମିକାଲ ପଦାର୍ଥ ଭାବରେ ବିବେଚନା କରାଯାଏ।

ତଥାପି, କେଶ ରଙ୍ଗ କରିବା ପାଇଁ ବାରମ୍ବାର ମେହେନ୍ଦି ବ୍ୟବହାର କରିବା ଦ୍ୱାରା ପ୍ରତିକୂଳ ପ୍ରଭାବ ପଡ଼ିପାରେ ଯାହାକୁ ପ୍ରାୟତଃ ଅଣଦେଖା କରିଥାନ୍ତି । ଏହା ପ୍ରାକୃତିକ କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର କେଶ ପାଇଁ ଭଲ ହୋଇନଥାଏ ବୋଲି କୁହଯାଏ ।

ତେବେ ଆସନ୍ତୁ ଜାଣିବା ବାରମ୍ବାର ମେହେନ୍ଦି ଲଗାଇବା ଦ୍ୱାରା କଣ ପ୍ରଭାବ ପଡେ

ଶୁଷ୍କତା ଏବଂ ଭଙ୍ଗୁରତା : ମେହେନ୍ଦିର ଅତ୍ୟଧିକ ବ୍ୟବହାର କେଶରେ ଅତ୍ୟଧିକ ଶୁଷ୍କତା ସୃଷ୍ଟି କରିପାରେ। ଏଥିରେ ଥିବା ଟାନିନ୍ କେଶରୁ ପ୍ରାକୃତିକ ତେଲ ବାହାର କରିଦେଇପାରେ, ଯାହା ଫଳରେ କେଶ ଶୁଷ୍କ ଏବଂ ଭଙ୍ଗୁର ହୋଇଯାଏ। ପ୍ରାରମ୍ଭରେ, କେଶ ନରମ ହୋଇପାରେ କିନ୍ତୁ ବାରମ୍ବାର ମେହେନ୍ଦି ଲଗାଇବା ଦ୍ୱାରା କେଶରୁ ଆର୍ଦ୍ରତା ଦୂର ହୋଇଯାଏ , ଯାହା ଫଳରେ କେଶ ଫାଟିବାର ଆଶଙ୍କା ବଢ଼ିଯାଏ।

କେଶ ଗଠନରେ ପରିବର୍ତ୍ତନ : ନିୟମିତ ମେହେନ୍ଦି ବ୍ୟବହାର କେଶର ପ୍ରାକୃତିକ ଗଠନକୁ ପରିବର୍ତ୍ତନ କରିଥାଏ । ଯେଉଁମାନଙ୍କର କେଶ ପ୍ରାକୃତିକ ଭାବରେ ନରମ ଏବଂ ରେଶମୀ, ସେମାନେ ସମୟ ସହିତ ରୁକ୍ଷ ଏବଂ ଶୁଷ୍କ ଅନୁଭବ କରିବାକୁ ଆରମ୍ଭ କରିପାରନ୍ତି । ମେହେନ୍ଦି କେଶର ରଙ୍ଗକୁ ଘୋଡ଼ାଇ ଦିଏ, ଯାହା ଫଳରେ କେଶ ଘନ ଦେଖାଯାଏ ।

କେଶ ପତଳା ହେବା ଏବଂ ଝାଡ଼ିବା : ମେହେନ୍ଦି କେଶକୁ ମଜବୁତ କରିଥାଏ ବୋଲି ଏକ ଭୁଲ ଧାରଣା ଅଛି, କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର ବିପରୀତ ପ୍ରଭାବ ପକାଇପାରେ। ମେହେନ୍ଦିର ଶୁଷ୍କତା କେଶର ମୂଳକୁ ଦୁର୍ବଳ କରିପାରେ, ଯାହା ଫଳରେ କେଶ ଝଡିବାର ସମ୍ଭାବନା ଅଧିକ ଥାଏ ।

ଆଲର୍ଜି : ଯଦିଓ ମେହେନ୍ଦି ଏକ ପ୍ରାକୃତିକ ଉତ୍ପାଦ, ଏହା କିଛି ବ୍ୟକ୍ତିଙ୍କଠାରେ ଆଲର୍ଜି ସୃଷ୍ଟି କରିପାରେ। ବାରମ୍ବାର ଏହାର ସଂସ୍ପର୍ଶରେ ଆସିବା ଦ୍ୱାରା ମୁଣ୍ଡରେ ଜଳାପୋଡ଼ା, ଲାଲପଣ, କୁଣ୍ଡାଇ ମଧ୍ୟ ହୋଇପାରେ। ଯେଉଁମାନଙ୍କର ମୁଣ୍ଡର ଚର୍ମ ସମ୍ବେଦନଶୀଳ ସେମାନଙ୍କର ପ୍ରତିକ୍ରିୟା ଅଧିକ ହୋଇପାରେ, ତେଣୁ ମେହେନ୍ଦି ଲଗାଇବା ପୂର୍ବରୁ ପ୍ରତ୍ୟେକ ଥର ପ୍ୟାଚ୍ ଟେଷ୍ଟ କରିବା ଗୁରୁତ୍ୱପୂର୍ଣ୍ଣ ।

ଅନ୍ୟ କୌଣସି ରଙ୍ଗ ଲାଗିବ ନାହିଁ : ମେହେନ୍ଦିର ବ୍ୟବହାର ଦ୍ୱାରା କେଶରେ ରଙ୍ଗର ଏକ ସ୍ତର ସୃଷ୍ଟି କରିପାରେ, ଯାହା ଫଳରେ କେଶର ଅରିଜିନାଲ ରଙ୍ଗ ନଷ୍ଟ ହୋଇଯାଏ । ଯେହେତୁ ମେହେନ୍ଦି ରଙ୍ଗ ଶୀଘ୍ର ଛାଡେ ନାହିଁ , ବାରମ୍ବାର ଲଗାଇବା ଦ୍ୱାରା ରଙ୍ଗ ଗାଢ଼ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *