ଖୁବ ଶୀଘ୍ର ପୂରଣ ହେବ ୧୩୫୩ ପ୍ରଫେସର ଏବଂ ଆସିଷ୍ଟାଣ୍ଡ ଫ୍ରଫେସର ପଦବୀ : ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର : ରାଜ୍ୟରେ ଖାଲି ପଡିଥିବା ୧୩୫୩ ପ୍ରଫେସର ଏବଂ ଆସିଷ୍ଟାଣ୍ଡ ଫ୍ରଫେସର ପଦବୀ ଖୁବ ଶୀଘ୍ର ପଦବୀ ପୂରଣ କରାଯିବ । ଏବେ ଯେଉଁ ସଂଶୋଧନ ହୋଇଛି ଏଥିରେ କୁଳପତିଙ୍କର ଯେଉଁ ଶଙ୍କା ଉପୁଜୁଛି ଆଜି ବୈଠକରେ ତାହାକୁ ଦୂର କରାଯାଇଛି । ପଖାପଖି ୨ ହଜାର ନନ ଟିଚିଂ ଷ୍ଟାଫ ପଦବୀ ଖାଲି ଅଛି । Ssb ମାଧ୍ୟମରେ ଏହାକୁ ମଧ୍ୟ ପରିପୂରଣ କରାଯିବ । ବିଶ୍ୱବିଧାୟଳୟଗୁଡିକୁ ଖୁବ ଶୀଘ୍ର ଇକ୍ୟୁସନ ଦେବାକୁ ନିର୍ଦେଶ ଦିଆଯାଇଛି । ଜାତୀୟ ଶିକ୍ଷାନୀତି 2020 ପ୍ରଣୟନ ପ୍ରସଙ୍ଗରେ ମଧ୍ୟ ଆଲୋଚନ ହୋଇଛି ବୋଲି କହିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

ବିଶ୍ୱବିଧାଳୟଗୁଡିକରେ ନୂତନ ଭାବରେ ବିଲଡିଂ କମିଟି,ଫାଇନାସ କମିଟି ସଂଯୋଗ କରାଯାଇଛି । ତାହାର କାଯ୍ୟକାରିତା ଉପରେ ମଧ୍ୟ ଆଲୋଚନା ହୋଇଛି । ଉଚ୍ଚଶିକ୍ଷା ବିଭାଗର କିଛି କମ୍ପାନୀ ସହ ମଧ୍ୟ ଆଜି mou ହୋଇଛି । ଶିକ୍ଷିତ ଯୁବକ ଏବଂ ଯୁବତୀମାନଙ୍କୁ କେଉଁଭଳି ନିଯୁକ୍ତି ମିଳିପାରିବ ସେ ସମ୍ପର୍କରେ mou ହୋଇଛି ।  ପୂର୍ବରୁ ନିଯୁକ୍ତି ପାଇଁ ନିର୍ଦ୍ଦିଷ୍ଟ କୌଣସି ସମୟ ସୀମା ନଥିଲା, କିନ୍ତୁ ଏବେ ସରକାର ପୂର୍ବରୁ ହିଁ ନିଯୁକ୍ତି ପ୍ରକ୍ରିୟାକୁ କ୍ରିୟାଶୀଳ କରିବାକୁ ବ୍ୟବସ୍ଥା କରୁଛନ୍ତି । ବର୍ଷ ଆରମ୍ଭରୁ ହିଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ଯେଉଁଭଳି ଜଣେ ଅବସର ନେବାପରେ ସାଙ୍ଗେ ସାଙ୍ଗେ ସେହି ସ୍ଥାନରେ ଆଉ ଜଣେ ସରକାରୀ କର୍ମଚାରୀ କାଯ୍ୟ କରିବା ଆରମ୍ଭ କରିବେ ।

Upsc ପାଇଁ ପ୍ରସ୍ତୁତି କରୁଥିବା ଯୁବକ ଏବଂ ଯୁବତୀଙ୍କ ପାଇଁ ସରକାର ମାଗଣାରେ କୋଚିଂ ଦେଉଛନ୍ତି । ଯେଉଁ ଛାତ୍ରଛାତ୍ରୀମାନେ ଫ୍ରି କୋଚିଂ ନେବାକୁ ଚାହୁଁଛନ୍ତି ସେମାନେ ପ୍ରଥମେ ଆବେଦନ କରିବେ ଓ ପରେ ଏକ ପ୍ରବେଶିକା ପରୀକ୍ଷା ହେବ । ସେଥିରେ କୃତକାଯ୍ୟ ହୋଇଥିବା 200 ଜଣଙ୍କୁ ହିଁ ଫ୍ରି କୋଚିଂ ପ୍ରଦାନ କରାଯିବ ବୋଲି କହିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

Spread the love

Leave a Reply

Your email address will not be published. Required fields are marked *