ଗାଡ଼ି ଚାଳକମାନଙ୍କ ପାଇଁ କଡ଼ା ଚେତାବନୀ, PUCC ନଥିଲେ ୧୦ ହଜାର ଫାଇନ୍

ଭୁବନେଶ୍ବର: ଓଡ଼ିଶାର ଗାଡ଼ି ଚାଳକମାନଙ୍କ ପାଇଁ କଡ଼ା ଚେତାବନୀ । PUCକୁ ନେଇ ରାଜ୍ୟ ପରିବହନ ବିଭାଗ (STA) ପକ୍ଷରୁ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ଏବେ ପୋଲିସ ଗାଡ଼ିକୁ ରାସ୍ତାରେ ନଅଟକାଇଲେ ମଧ୍ୟ ଆପଣଙ୍କ ପାଖକୁ ଆସିବ ନୋଟିସ୍ । ବୈଧ PUCC ନଥିଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ତେବେ ଏହି PUC କଣ, ଏହାର ଆବଶ୍ୟକତା କଣ , ଘରକୁ କିପରି ଆସୁଛି ନୋଟିସ୍ ?

ଭାରତୀୟ ମୋଟର ଯାନ ଆଇନ ଅନୁଯାୟୀ ପ୍ରତ୍ୟେକ ଗାଡ଼ି ପାଇଁ PUC ପ୍ରମାଣପତ୍ର ରହିବା ବାଧ୍ୟତାମୂଳକ । ଏହା ଏକ ପରିକ୍ଷାମୂଳକ ପ୍ରମାଣପତ୍ର । ଯାହା ଦର୍ଶାଇବ ଯେ ଗାଡ଼ିରୁ ନିର୍ଗତ ହେଉଥିବା କାର୍ବନ ମନୋକସାଇଡ ଏବଂ ହାଡ୍ରୋକାର୍ବନ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସୀମା ମଧ୍ୟରେ ରହିଛି ।

ଯେଉଁ ଗାଡ଼ିଗୁଡ଼ିକର PUC ଅବଧି ଶେଷ ହୋଇଯାଇଛି, ସେମାନଙ୍କ ତଥ୍ୟ ‘ବାହନ’ (Vahan) ପୋର୍ଟାଲରେ ରେକର୍ଡ ହୋଇ ରହିଥାଏ । ସରକାରୀ ସିଷ୍ଟମ୍ ସ୍ୱୟଂଚାଳିତ ଭାବେ ଏହି ଗାଡ଼ିଗୁଡ଼ିକୁ ଚିହ୍ନଟ କରୁଛି ଏବଂ ପରିବହନ ବିଭାଗ ପକ୍ଷରୁ ସେମାନଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବରକୁ ଏସଏମଏସ ମାଧ୍ୟମରେ କିମ୍ବା ପଞ୍ଜିକୃତ ଠିକଣାକୁ ଚିଠି ମାଧ୍ୟମରେ ନୋଟିସ୍ ପଠାଯାଉଛି ।

Spread the love