ଗିରଫ ହେଲେ ଚଳନ୍ତା ଟ୍ରେନରୁ ସୁନା ଝାମ୍ପିନେଇଥିଲେ ୬ ଜଣ ଅଭିଯୁକ୍ତ

ରାୟଗଡା: ଚଳନ୍ତା ଟ୍ରେନରୁ ସୁନା ଝାମ୍ପିନେଇଥିଲେ ୬ ଜଣ ଅଭିଯୁକ୍ତ । ଗିରଫ କଲା ଜିଆରପି । ରାୟଗଡା ଜିଆରପି ପୁଲିସ ଚଳନ୍ତା ଟ୍ରେନରୁ ସୁନା ଝାମ୍ପିନେବା ଘଟଣାର ପର୍ଦାଫାସ୍ କରି ଏହି ଘଟଣାରେ ୬ ଜଣ ଅଭିଯୁକ୍ତକୁ ଗିରଫ୍ କରିଛି । ଅଭିଯୁକ୍ତମାନଙ୍କ ଠାରୁ ଟଙ୍କା, ସୁନା, କାର ଓ ମୋବାଇଲ ଜବତ ହୋଇଛି ।

ଗିରଫ୍ ଅଭିଯୁକ୍ତ ମାନେ ହେଲେ ରାୟଗଡା ସହର ଅଞ୍ଚଳର ଉଲାକା ଶ୍ରୀନୁ,ମୁରଲୀ ପେଲେକା,ବେଣୁ ଗୋପାଳ ସ୍ବାମୀ, ଏ.ଇସ୍ପର,ଗୋବିନ୍ଦ ବାଗ ଓ ବିଧର ବାଗ୍ ।

ଜିଆରପି ପକ୍ଷରୁ କୁହାଯାଇଛି ଯେ, ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ନଗଦ ୨ଲକ୍ଷ ୨୫ ହଜାର ଟଙ୍କା, ୫୮ ଗ୍ରାମ ସୁନା, ଦୁଇଟି କାର ଓ ୬ଟି ମୋବାଇଲ ଜବତ କରିଛି। ଚଳିତ ମାସ ୩ ତାରିଖ ଦିନ ଆନ୍ଧ୍ରପ୍ରଦେଶ ଗାଜୁୱାକା ଅଞ୍ଚଳର ସୁନା କାରୀଗର ରୁପଦିନ୍ ମୁଲ୍ଲା ରାୟଗଡା ରେ କାର୍ଯସାରି ଗୁଣ୍ଟୁର ଅଭିମୁଖେ ଟ୍ରେନରେ ଯାଉଥିବା ବେଳେ ଜେମାଦେଇପେଣ୍ଠ ଷ୍ଟେସନ୍ ନିକଟରେ ଅଭୁଯୁକ୍ତମାନେ ଏସି ବଗିରେ ପଶି ସୁନା ବ୍ୟାଗ ଲୁଟିନେଇଥିଲେ । ବ୍ୟାଗରେ ପ୍ରାୟ ଦେଢଶହ ଗ୍ରାମର ସୁନା ଥିଲା।

ଏନେଇ ବ୍ୟବସାୟୀ ଜଣକ ରାୟଗଡା ଜିଆରପି ପୁଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଜିଆରପି ପୁଲିସ ଓ ଆରପିଏଫ୍ ର ଗୁଇନ୍ଦା ବିଭାଗ ମିଳିତ ଭାବେ ତଦନ୍ତ ଆରମ୍ଭ କରିଥିଲେ । ତେବେ ଦୀର୍ଘ ୧୦ ଦିନ ପରେ ପୋଲିସ ସମସ୍ତ ଅଭିଯୁକ୍ତକୁ ରାୟଗଡା ସହରର ବିଭିନ୍ନ ଅଞ୍ଚଳରୁ ଗିରଫ୍ କରିଛି ।

ତେବେ ଗତକାଲି ସମସ୍ତ ଅଭିଯୁକ୍ତକୁ ପୁଲିସ କୋର୍ଟ ଚାଲାଣ କରିଥିବା ବେଳେ ଘଟଣାରେ ଜଡିତ ଅନ୍ଯ ମାନଙ୍କୁ ମଧ୍ଯ ଶୁବଶୀଘ୍ର ଗିରଫ୍ କରାଯିବ ବୋଲି ରାୟଗଡା ଜିଆରପି ଡିଏସପି ପ୍ରଭାତ କୁମାର ଶତପଥୀ ପ୍ରକାଶ କରିଛନ୍ତି ।

Spread the love