ଗୋଟିଏ ବର୍ଷ ଅପେକ୍ଷାର ଘଟିଲା ଅନ୍ତ, ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲଙ୍କୁ ମିଳିଲା ସରକାରୀ ବାସଭବନ

ମୁଖ୍ୟମନ୍ତ୍ରୀ ବାସଭାବନ ଛାଡିବାର ଗୋଟିଏ ବର୍ଷ ପରେ ମଧ୍ୟ ଆମ୍ ଆଦମୀ ପାର୍ଟିର ପ୍ରମୁଖ କିମ୍ବା ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲଙ୍କୁ ଶେଷରେ ଏକ ନୂଆ ସରକାରୀ ବାସଭବନ ମିଳିଛି । ଦିଲ୍ଲୀ ହାଇକୋର୍ଟରେ ଏକ ଶୁଣାଣି ପରେ ଏହି ନିଷ୍ପତ୍ତି ଆସିଛି । ଯେଉଁଠାରେ ସେ ଜଣେ ରାଜନୈତିକ ଦଳର ଜାତୀୟ ସଭାପତି ଭାବରେ ବାସଭବନ ପାଇଁ ଅନୁରୋଧ କରିଥିଲେ ।

ସୂଚନାନୁଯାୟୀ, ଗୋଟିଏ ବର୍ଷର ଅପେକ୍ଷା ପରେ ଶେଷରେ ଗତକାଲି କେନ୍ଦ୍ର ସରକାର ବାସଭବନ ଆବଣ୍ଟନ ଘୋଷଣା କରିଛନ୍ତି । ଆମ ଆଦମୀ ପାର୍ଟି ନେତା ବାସଭବନକୁ ଯାଇ ଯାଞ୍ଚ କରିଥିବା ସୂଚନା ମିଳିଛି  । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ, ଅରବିନ୍ଦ କେଜରିୱାଲ ତାଙ୍କ ସାଂସଦ ସଞ୍ଜୟ ସିଂହଙ୍କ ସରକାରୀ ବାସଭବନରେ ରହୁଥିଲେ । ଏହି ମାମଲାକୁ ନେଇ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ଅରବିନ୍ଦ କେଜିରୱାଲ । ସରକାରୀ ବାସଭବନ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଯାହା ଏବେ ପୂରଣ ହୋଇଛି । କେଜରିୱାଲଙ୍କ ନୂତନ ବାସଭବନ, ଯାହା ପ୍ରାୟ ୫ହଜାର ବର୍ଗଫୁଟ ପରିମିତ, ଦୁଇ ପାର୍ଶ୍ୱରେ ଲନ୍ ସମେତ ଏକ ଅଫିସ୍ ରହିଛି ।

ଅନ୍ୟପଟେ ଯଦି କେଜିରୱାଲଙ୍କ ଇସ୍ତଫା ଦେବା ପର କଥା କୁହାଯାଏ ତେବେ ତାଙ୍କର ସ୍ଥାୟୀ ସରକାରୀ ବାସଭବନ ନଥିଲା । ଫ୍ଲାଗଷ୍ଟାଫ୍ ରୋଡରେ ଥିବା ତାଙ୍କ ସରକାରୀ ବାସଭବନ ଛାଡିବା ପରେ, ସେ ଅସ୍ଥାୟୀ ଭାବରେ ପଞ୍ଜାବର ଆପ ରାଜ୍ୟସଭା ସାଂସଦ ଅଶୋକ ମିତ୍ତଲଙ୍କ ୫, ଫିରୋଜଶାହା ରୋଡରେ ଥିବା ଘରେ ରହିଥିଲେ । ଏହାରି ମଧ୍ୟରେ ଦିଲ୍ଲୀ ସରକାର କେନ୍ଦ୍ରରେ ଥିବା ବଙ୍ଗଳାକୁ ଏକ କ୍ୟାଣ୍ଟିନ୍ ସହିତ ଏକ ରାଜ୍ୟ ଅତିଥି ଗୃହରେ ପରିଣତ କରିବାକୁ ଯୋଜନା କରୁଛନ୍ତି । ଯାହା କେଜରିୱାଲ ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କ ପାଇଁ ପୁନଃନିର୍ମିତ କରାଯାଇଥିଲା । ଏଥି ସହ ସିଭିଲ୍ ଲାଇନ୍ସର ଫ୍ଲାଗଷ୍ଟାଫ୍ ରୋଡରେ ଥିବା ବଙ୍ଗଳା ନମ୍ବର ୬ ସହରରେ ଖାଦ୍ୟ ପରିବେଷଣ କରୁଥିବା ଏକ କ୍ୟାଣ୍ଟିନ୍ ରହିବ । ଯାହାର ସୁବିଧା ସାଧାରଣ ଲୋକଙ୍କ ପାଇଁ କରାଯିବ ।

Spread the love