ଘରେ ବସି ହ୍ୱାଟସଆପରେ ମିଳିବ ରାଜସ୍ବ ସେବା, ୨୪ ଘଣ୍ଟା ସେବା ଯୋଗାଇବ ରାଜସ୍ବ ବିଭାଗ

ଭୁବନେଶ୍ୱର : ରାଜସ୍ବ ବିଭାଗରେ ହଟିବ ଦଲାଲି ବ୍ୟବସ୍ଥା ।  ଏଣିକି ଘରେ ବସି ହ୍ୱାଟସଆପରେ ମିଳିବ ରାଜସ୍ବ ସେବା ।  ଆଉ ବାରମ୍ବାର ତହସିଲକୁ ଦୌଡିବାକୁ ପଡ଼ିବ ନାହିଁ। ଆଜି ଲୋକସେବା ଭବନରେ ଉନ୍ମୋଚନ ହେଲା ଆମ ସାଥି ସହାୟକ ୟୁନିଫାଏଡ଼ ହ୍ୱାଟସ ଆପରେ ଚାଟ୍ ବଟ ।  ୯୪୩୭୨୯୨୦୦୦ରେ whatsapp ନଂରେ ରାଜସ୍ବ ବିଭାଗର ୧୭୦ରୁ ଉର୍ଦ୍ଧ ସେବା ମିଳିବ। ୨୪ ଘଣ୍ଟା ସେବା ଯୋଗାଇବ ରାଜସ୍ବ ବିଭାଗ ।  ସେବା ପାଇବାରେ ସମସ୍ୟା ହେଲେ ରାଜସ୍ବ ବିଭାଗରେ ଅଭିଯୋଗ କରିପାରିବେ ଆବେଦନକାରୀ ।  ଏହା ସହ ୫୭ଟି ଉପ ନିବନ୍ଧନ କାର୍ଯ୍ୟାଳୟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Spread the love