ଚିଲିକାରେ ପକ୍ଷୀଙ୍କ ରେକର୍ଡ!, ଚଳିତ ବର୍ଷ ୧୧ ଲକ୍ଷରୁ ଅଧିକ ପକ୍ଷୀଙ୍କ ଆଗମନ

ବାଲୁଗାଁ: ଚିଲିକାରେ ପକ୍ଷୀଙ୍କ ରେକର୍ଡ! ।  ଚଳିତ ବର୍ଷ ୧୧ ଲକ୍ଷରୁ ଅଧିକ ପକ୍ଷୀଙ୍କ ଆଗମନ ।  ଆସିଛନ୍ତି ଦେଶ ଓ ଵିଦେଶର ମୋଟ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨୦୦ ପକ୍ଷୀ ।  ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଆସିଛନ୍ତି ୪ ହଜାର ୯ ଶହ ୭୨ଟିପକ୍ଷୀ ।  ସେଥିମଧ୍ୟରେ ୧୦୬ ପ୍ରଜାତିର ୧୧ ଲକ୍ଷ ୧୦ ହଜାର ୨୫୭ଟି ବିଦେଶୀ ପକ୍ଷୀ ଅଛନ୍ତି ।  ଯାହା ପରିବେଶବିତ୍ ଙ୍କ ପାଇଁ ଉତ୍ସାହଜନକ ଖବର ।  ତେବେ ଏଥର ଚିଲିକା କୁ ଦୁଇ ପ୍ରଜାତିର ନୂଆ ଅତିଥି ଆସିଛନ୍ତି ।  ପ୍ଲେନ ମାର୍ଟିନ ଓ ବେଙ୍ଗଲ ବୁଶ ଲାର୍କ ପ୍ରଜାତିର ପକ୍ଷୀ ଚିଲିକା ଆସିଛନ୍ତି ।  ନର୍ଦନ ପିଣ୍ଟଲ ପ୍ରଜାତି ପକ୍ଷୀଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି ।

ମୋଟ ୨ ଲକ୍ଷ ୧୮ ହଜାର ୯୯୩ ଟି ନର୍ଦନ ପିଣ୍ଟନ ଚିଲିକା ଆସିଛନ୍ତି ।  ଚିଲିକାର ନୀଳ ଜଳରାଶିରେ ଚଳିତ ବର୍ଷ ମୋଟ ୧୯୬ଟି ପ୍ରଜାତିର ପକ୍ଷୀ ବିଚରଣ କରୁଥିବା ଦେଖାଯାଇଛି ।  ଚିଲିକା ବନ୍ୟପ୍ରାଣୀ ବିଭାଗ ଅନ୍ତର୍ଗତ ୫ ଟି ରେଞ୍ଜ ତଥା ବାଲୁଗାଁ, ଟାଙ୍ଗୀ, ରମ୍ଭା, ନୂଆପଡା ଓ ସାତପଡ଼ା ରେଞ୍ଜରେ ୨୨ଟି ଟିମ ଗଣନା କାର୍ଯ୍ୟ କରିଥିଲେ ।  ଟିମରେ ପକ୍ଷୀ ଏକ୍ସପଟ, ବିଶେଷଜ୍ଞ, ଓୟୁଏଟି ଛାତ୍ର ଛାତ୍ରୀ, ଚିଲିକା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ବିଭିନ୍ନ ସରକାରୀ ଓ ବେସରକାରୀ କର୍ମଚାରୀ ସମେତ CDAର ମୋଟ ୧୩୦ ଜଣ ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ ରହିଥିଲେ ।  ୧୯ ଟି ଟିମ ଚିଲିକା ର ଜଳ ଭାଗରେ ଓ ୩ ଟି ଟିମ ସ୍ଥଳ ଭାଗରେ ଗଣନା କାର୍ଯ୍ୟ କରୁଥିଲେ ।

ଏହି ନୂଆ ଅତିଥିଙ୍କ ଆଗମନ ଚିଲିକାର ଜୈବ-ବିବିଧତାକୁ ଆହୁରି ସମୃଦ୍ଧ କରିଛି ।  ଚିଲିକାରେ ଉପଯୁକ୍ତ ଖାଦ୍ୟ ଏବଂ ସୁରକ୍ଷିତ ପରିବେଶ ଯୋଗୁଁ ପ୍ରତିବର୍ଷ ପକ୍ଷୀଙ୍କ ସଂଖ୍ୟା ବଢ଼ୁଥିବା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି ।  ପ୍ରତିବର୍ଷ ପରି ଏଥର ମଧ୍ୟ ପକ୍ଷୀ ଅଭୟାରଣ୍ୟ ନଳବଣ ପକ୍ଷୀମାନଙ୍କର ପ୍ରଥମ ପସନ୍ଦ ପାଲଟିଛି ।

Spread the love