ଜଗା ଦର୍ଶନ ସାରି ଫେରୁଥିବା ବେଳେ ଓଲଟିଲା ତୀର୍ଥଯାତ୍ରୀ ବସ୍, ୩୦ ଗୁରୁତର
ସୋର: ଓଲଟିଲା ତୀର୍ଥଯାତ୍ରୀ ବସ୍ । ଦୁର୍ଘଟଣାରେ ୩୦ ଯାତ୍ରୀ ଗୁରୁତର। ଜଗା ଦର୍ଶନ ସାରି ଫେରୁଥିବା ବେଳେ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ ନଂ NH ତାରିଣୀ ଛକ ନିକଟରେ ଦୁର୍ଘଟଣା ଘଟିଛି । ସମସ୍ତ ଗୁରୁତର ଯାତ୍ରୀ ପଶ୍ଚିମବଙ୍ଗ ମେଦିନପୁରର ହୋଇଥିବା ଜଣାପଡ଼ିଛି ।
। ପୁରୀରେ ମହାପ୍ରଭୁଙ୍କ ଦର୍ଶନ ସାରି ଏକ ବସ୍ ରେ ୬୫ଜଣ ଯାତ୍ରୀ ମେଦିନପୁରକୁ ଯାଉଥିଲେ । ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ତାରିଣୀ ଛକ ନିକଟ ଡିଭାଇଡରକୁ ପିଟି ହୋଇ ଓଲଟି ପଡ଼ିଥିଲା ବସ୍ । ପ୍ରାୟ ୩୦ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ସିମୁଳିଆ ପୋଲିସ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ୫ ଗୁରୁତରଙ୍କୁ ବାଲେଶ୍ବର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୁସ୍ଥ ଯାତ୍ରୀଙ୍କୁ ଅନ୍ୟ ଏକ ଗାଡିରେ ଗନ୍ତବ୍ୟ ସ୍ଥଳକୁ ପଠାଯିବାର ବ୍ୟବସ୍ଥା କରାଯାଇଛି ।
