ଜାଡ଼ର ମାଡ଼ରେ ଅସ୍ତବ୍ୟସ୍ତ ସାରା ଓଡ଼ିଶା, ୧୦ ଡିଗ୍ରୀ ତଳେ ରହିଛି ୨୩ ସହର
ଭୁବନେଶ୍ବର: ଖସୁଛି ପାରଦ, ବଢୁଛି ଶୀତ । ଜାଡ଼ର ମାଡ଼ରେ ଅସ୍ତବ୍ୟସ୍ତ ସାରା ଓଡ଼ିଶା । ୧୦ ଡିଗ୍ରୀ ତଳେ ରହିଛି ୨୩ ସହର । ୩୮ ସହରରେ ରାତି ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି । ଆଜି ୩ ଡିଗ୍ରୀ ସହ ସବୁଠୁ ଥଣ୍ଡା ପାଲଟିଛି ଜି.ଉଦୟଗିରି । ସେମିଳିଗୁଡାରେ ୪.୧, ଫୁଲବାଣୀରେ ୫, ରାଉରକେଲାରେ ୫.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ସେହିପରି ଦାରିଙ୍ଗବାଡ଼ିରେ ୭, କେନ୍ଦୁଝରରେ ୭.୬, ଚିପିଲିମାରେ ୭.୭, ସୁନ୍ଦରଗଡ଼ରେ ୭.୮ ଓ ଭବାନୀପାଟଣାରେ ୭.୮ ଡିଗ୍ରୀ ରେକର୍ଡ କରାଯାଇଛି । ସେପଟେ ଥଣ୍ଡାରେ ଥରହର ହୋଇଛି ରାଜଧାନୀ । ରାଜଧାନୀ ଭବନେଶ୍ବରରେ ୧୦ ଡିଗ୍ରୀ ସେଲସିଅସକୁ ଖସିଛି ପାରଦ । ରାଜ୍ୟର ଅନେକ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଛି । ଆଜି ସୁନ୍ଦରଗଡ଼ କୋଇଡା ଓ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ବିଭିନ୍ନ ଅଞ୍ଚଳରେ ତୁଷାରପାତ ହୋଇଛି ।
