ଝିଅ ବାହାଘର ସ୍ୱପ୍ନ ଚୁରମାର୍, ୭ ଲକ୍ଷର ସୁନା ଓ କ୍ୟାସ୍ ଗାଏବ
ବଣାଇ: ଉଜୁଡ଼ିଗଲା ଝିଅ ବାହାଘରର ସ୍ୱପ୍ନ । ଝିଅ ବାହାଘର ପାଇଁ ପୁଅ ଦେଖିବାକୁ ଯାଇଥିଲେ ବାପାମାଆ । ଘରୁ ଲୁଟିନେଲେ ୭ ଲକ୍ଷର ସୁନା ଓ ଟଙ୍କା । ବାହାଘର ଖୁସିରେ ଲାଗିଲା ଗ୍ରହଣ । ସୁନ୍ଦରଗଡ଼ କୋଇଡ଼ାରେ ବଡ଼ ଧରଣର ଲୁଟ୍ ଦେଖିବାକୁ ମିଳିଛି । ଝିଅ ବାହାଘରର ସବୁ ସଞ୍ଚୟ ଲୁଟିନେଲେ ଚୋର । ତାଲା ଭାଙ୍ଗି ୭ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଓ କ୍ୟାସ୍ ଚୋରି । ଝିଅ ବାହାଘର ପାଇଁ ରଖାଯାଇଥିବା ୭ ଲକ୍ଷରୁ ଅଧିକ ଟଙ୍କାର ସୁନା ଓ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଆଜି ସକାଳେ ନାଇଟ କୋଚ୍ ବସରେ ପରିବାର ଲୋକେ ଫେରି ଦେଖିଥିଲେ ଘର ମୁଖ୍ୟ ଫାଟକ ତାଲା ପଡ଼ିଛି । କିନ୍ତୁ ଘର ଭିତରକୁ ପଶିଲା ବେଳେ ସବୁ ରୁମର ତାଲା ଭାଙ୍ଗିବା ସହ ଦୁଇଟି ଆଲମିରା ତାଡ଼ି ଲକରରୁ ସୁନା ଗହଣା ନେଇଯାଇଛନ୍ତି। ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।
