ତାଜମହଲ ସାମ୍ନାରେ ରହିଛି ଭାରତର ସବୁଠାରୁ ବିଳାସପୂର୍ଣ୍ଣ ହୋଟେଲ, ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆଗ୍ରାର ତାଜମହଲ ସାରା ବିଶ୍ୱରେ ଏହାର ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ । ନିକଟରେ ଏହା ସାମ୍ନାରେ ନିର୍ମିତ ଏକ ବିଳାସପୂର୍ଣ୍ଣ ହୋଟେଲ ମଧ୍ୟ ଚର୍ଚ୍ଚାରେ ରହିଛି । ଏହି ହୋଟେଲରେ ଏତେ ଲଗଜୁରିୟସ ଯେ ଏଠାରେ ଗୋଟିଏ ରାତି ରହିବାର ଖର୍ଚ୍ଚ ମଧ୍ୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ଭାରତର ସବୁଠାରୁ ଦାମୀ ରୁମ୍ ମଧ୍ୟରୁ ଗୋଟିଏ ଏହି ହୋଟେଲରେ ଅଛି, ଯେଉଁଠାରେ ନିକଟରେ ଡୋନାଲ୍ଡ ଟ୍ରମ୍ପ ଜୁନିୟର ମଧ୍ୟ ରହିଥିଲେ।

ତେବେ ଆଜି ଆମେ ଆପଣଙ୍କୁ ତାଜମହଲ ସାମ୍ନାରେ ନିର୍ମିତ ଦେଶର ସବୁଠାରୁ ବିଳାସପୂର୍ଣ୍ଣ ହୋଟେଲ ବିଷୟରେ ଜଣାଇବୁ । ଆଗ୍ରାର ତାଜମହଲ ସାମ୍ନାରେ ନିର୍ମିତ ଓବରୟ ଅମର ବିଳାସ ନିଜର ସୁନ୍ଦରତା ହେତୁ ଏବେ ବେଶ ଚର୍ଚ୍ଚାରେ ଅଛି । ଏହି ହୋଟେଲକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ତାଜମହଲର ପ୍ରତ୍ୟକ ଦୃଶ୍ୟ ଏହି ହୋଟେଲର ପ୍ରତ୍ୟେକ ଦିଗରୁ ସ୍ପଷ୍ଟ ଦେଖାଯାଏ । ଏହାର ସୌନ୍ଦର୍ଯ୍ୟ ଏବଂ ପରିବେଶ ହେତୁ ଏହି ହୋଟେଲ ଅତ୍ୟନ୍ତ ସ୍ୱତନ୍ତ୍ର ।

ଏହୋ ହୋଟେଲର କୋହିନୂର ସୁଟ୍ ହେଉଛି ଏହି ହୋଟେଲର ସବୁଠାରୁ ବିଳାସପୂର୍ଣ୍ଣ କୋଠରୀ । ପ୍ରାୟ ୨୭୫ ବର୍ଗ ମିଟରରେ ବ୍ୟାପିଥିବା ଏହି ସୁଟ୍ ଏପରି ଭାବରେ ନିର୍ମାଣ କରାଯାଇଛି ଯେ ଶୋଇବା ଘର, ବାସଗୃହ ଏବଂ ଡାଇନିଂ ଏରିଆରୁ ତାଜମହଲର ଭାବରେ ଦୃଶ୍ୟମାନ ହେବ । ନିକଟରେ ଡୋନାଲ୍ଡ ଟ୍ରମ୍ପ ଜୁନିୟର ମଧ୍ୟ ଏହି ସୁଟରେ ରହିଥିଲେ । ଯାହା ପରେ ଏହି ସୁଟ୍ ଚର୍ଚ୍ଚାକୁ ଆସିଲା ।

ମୋଗଲ ସମୟର ସ୍ଥାପତ୍ୟକୁ ଧ୍ୟାନରେ ରଖି ସୁଟର ଭିତର ଅଂଶ ଡିଜାଇନ୍ କରାଯାଇଛି । ମାର୍ବଲ ସ୍ତମ୍ଭ, ସୁନ୍ଦର ଖୋଦନ, ସୁବର୍ଣ୍ଣ ଗମ୍ବୁଜ ସହ ଅନେକ ସ୍ୱତନ୍ତ୍ର କଳାକୃତି ଏଠାରେ ଦେଖିବାକୁ ମିଳେ । ଏହି ସୁଟ୍ ର ଶୋଇବା ଘର ଏତେ ସ୍ୱତନ୍ତ୍ର ଯେ ଆପଣ ବସିବା, ଠିଆ ହେବା କିମ୍ବା କବାଟ ଖୋଲିବା ମାତ୍ରେ ଏଠାରୁ ତାଜମହଲ ଦୃଶ୍ୟମାନ ହୁଏ । ଏଥି ସହିତ ଶୋଇବା ଘରର ସମ୍ପୂର୍ଣ୍ଣ ପରିବେଶ ଅତ୍ୟନ୍ତ ଶାନ୍ତ ଏବଂ ରାଜକୀୟ ଅନୁଭବ ଦେଇଥାଏ ।

ଯାହା ଏଠାରେ ରହୁଥିବା ଅତିଥିମାନଙ୍କୁ ଏକ ଭିନ୍ନ ଅନୁଭୂତି ଦେଇଥାଏ । ଏହି ସୁଟ୍ ର ଏକ ବିଶେଷତା ହେଉଛି ଦିନକୁ ୨୪ ଘଣ୍ଟା ଏଠାରେ ଜଣେ ବ୍ୟକ୍ତିଗତ ସହାୟକ ଉପଲବ୍ଧ । ଏଠାରେ ରହୁଥିବା ଅତିଥିମାନେ ଯେକୌଣସି ସମୟରେ ଚା’, ଖାଦ୍ୟ କିମ୍ବା ଯେକୌଣସି ପ୍ରକାରର ସେବା ନେଇପାରିବେ । ଏଥି ସହିତ ଏହି ସୁଟ୍ ଯେତିକି ବିଳାସପୂର୍ଣ୍ଣ ବୋଲି କୁହାଯାଉଛି, ସୁଟର ବାଥରୁମ୍ ମଧ୍ୟ ଅତି ସୁନ୍ଦର ।

ସକାଳର ସୂର୍ଯ୍ୟକିରଣ ଏଠାରେ ଥିବା କାଚ ପ୍ୟାନେଲ ଏବଂ ଖୋଲା ସ୍ଥାନରୁ ସିଧାସଳଖ ଆସିଥାଏ । ଏହି ହୋଟେଲର କୋହିନୂର ସୁଟରେ ଗୋଟିଏ ରାତିର ମୂଲ୍ୟ ପ୍ରାୟ ୧୧ ଲକ୍ଷ ଟଙ୍କା । ଏହା କେବଳ ଭାରତର ମହଙ୍ଗା ହୋଟେଲ ରୁମ୍ ମଧ୍ୟରୁ ଗୋଟିଏ ନୁହେଁ ବରଂ ଦୁନିଆର ସବୁଠାରୁ ମହଙ୍ଗା ହୋଟେଲ ରୁମ୍ ମଧ୍ୟରୁ ଅନ୍ୟତମ ।

Spread the love