ତୁର୍କମାନ ଗେଟ୍ ମସଜିଦ୍ ପାଖ ଜବରଦଖଲ ଉଚ୍ଛେଦ : ସପା ସାଂସଦ ମୋହିବୁଲ୍ଲା ନଦବୀ ଉପସ୍ଥିତ ଥିଲେ କି ନାହିଁ, ପୋଲିସ ଜଣାଇଲା ସତ

ନୂଆଦିଲ୍ଲୀ : ନୂଆଦିଲ୍ଲୀର ତୁର୍କମାନ ଗେଟ୍ ସ୍ଥିତ ଫୈଜ-ଏ-ଇଲାହି ମସଜିଦ ନିକଟରେ ବୁଲଡୋଜର ଆକ୍ସନ ସମୟରେ ହୋଇଥିବା ଘଟଣାରେ ଦାୟର ଏଫଆଇଆରରେ ବଡ଼ ଖୁଲାସା ହୋଇଛି । ଚାନ୍ଦନୀ ମହଲ ପୋଲିସ ଷ୍ଟେସନର କନଷ୍ଟେବଳ ସନ୍ଦୀପଙ୍କ ବୟାନକୁ ନେଇ ଏଫଆଇଆର ଦାୟର ହୋଇଛି । କନଷ୍ଟେବଳ ସନ୍ଦୀପ ବୟାନରେ କହିଛନ୍ତି କି, ବଡ଼ ମସଜିଦ ତୁର୍କମାନ ଗେଟ ନିକଟରେ ଭିଡ଼ ରହିଥିଲା । କୋର୍ଟଙ୍କ ଆଦେଶ ଅନୁସାରେ ଇଲାହି ମସଜିଦ ନିକଟର ପୋଲିସ ଓ MCD କର୍ମଚାରୀଙ୍କ ଉବସ୍ଥିତିରେ ଅବୈଧ ଜାଗା ଉଚ୍ଛେଦ କରାଯିବା ଘଟଣାରେ ଉପରେ ପଥର ମାଡ଼ କରିଥିଲା ।

ଖବର ମୁତାବକ, ଜାନୁଆରୀ ୬ତାରିଖ ରାତି ପ୍ରାୟ ୧ଟା ସମୟରେ ଦିଲ୍ଲୀର ରାମଲୀଳା ମଇଦାନ ନିକଟରେ ଥିବା ଏକ ମସଜିଦ ଏବଂ କବରସ୍ଥାନ ସଂଲଗ୍ନ ଜମିରୁ ଜବରଦଖଲ ହଟାଯାଇଥିଲା । ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ, MCD ୧୭ଟି ବୁଲଡୋଜର ବ୍ୟବହାର କରି ଏଠାରେ ଥିବା ବିବାହ ହଲ, ଡାଇଗ୍ନୋଷ୍ଟିକ୍ ସେଣ୍ଟର ଏବଂ ଦୋକାନ ଭାଙ୍ଗି ଦେଇଥିଲା । ଭଙ୍ଗା କାର୍ଯ୍ୟ ଆରମ୍ଭ କରିବା ମାତ୍ରେ ଭିଡ଼ ଉତ୍ତ୍ୟକ୍ତ ହୋଇ କିଛି ଉତ୍ତ୍ୟକ୍ତ ଲୋକେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । ପୋଲିସ ଲୋକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ଏହା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା । ଯେଉଁଥିରେ ଅତି କମରେ ପାଞ୍ଚ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ ।

ଦିଲ୍ଲୀ ପୋଲିସ ତଦନ୍ତରୁ ଜଣାପଡିଛି ଯେ, ଘଟଣାସ୍ଥଳେ ପରିସ୍ଥିତି ଖରାପ ହେବା ପୂର୍ବରୁ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ଉସୁକାଇବା ପାଇଁ ଚେଷ୍ଟା କରାଯାଇଥିଲା । କିଛି ଲୋକ ଭିଡିଓ ତିଆରି କରି ମିଥ୍ୟା ଖବର ପ୍ରଚାର କରିଥିଲେ। ଭିଡିଓରେ ଦାବି କରାଯାଇଥିଲା ଯେ, ମସଜିଦ ଭଙ୍ଗାଯାଉଛି ଏବଂ ମୁସଲମାନମାନେ ବହୁ ସଂଖ୍ୟାରେ ବାହାରକୁ ଆସିବା ଉଚିତ । ଭିଡିଓ ଦେଖି ଏକାଧିକ ଲୋକ ଘଟଣାସ୍ଥଳରେ ପହଞ୍ଚି ପଥରମାଡ଼ କରିବା ଆରମ୍ଭ କରିଥିଲେ ।

ପଥର ମାଡ଼ ବେଳେ ସେଠାରେ ଉତ୍ତରପ୍ରଦେଶ ରାମପୁରର ସମାଜବାଦୀ ପାର୍ଟି(ସପା) ସାଂସଦ ମୋହିବୁଲ୍ଲା ନଦବୀ ଉପସ୍ଥିତ ଥିଲେ । ସେ ବିଳମ୍ବିତ ରାତିରେ ଭିଡ଼କୁ ଉସୁକାଇଥିବା ଅଭିଯୋଗ ହୋଇଛି । ଜଏଣ୍ଟ ସିପି ମଧୁର ବର୍ମାଙ୍କ କହିବା ମୁତାବକ, ପ୍ରଥମରୁ ସପା ସାଂସଦ ସେଠାରେ ଉପସ୍ଥିତ ଥିଲେ, କିନ୍ତୁ ଯେତେବେ ଭଙ୍ଗାରୁଜା ହେଲା, ସେତେବେଳେ ସେଠାରୁ ସେ ଚାଲିଯାଇଥିଲେ । ଯାହାର ଏବେ ଯାଞ୍ଚ ଚାଲିଛି । ଯଦି କିଛି ତଥ୍ୟ ସାମ୍ନାକୁ ଆସେ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Spread the love