ଦିଲ୍ଲୀ ଏୟାରପୋର୍ଟରେ ଏଟିସି ସିଷ୍ଟମ ସଂପୂର୍ଣ୍ଣ ଭାବେ ଠିକ୍, ବିମାନ ଚଳାଚଳ ସ୍ବାଭାବିକ
ନୂଆଦିଲ୍ଲୀ : ବିମାନ ଯାତ୍ରୀଙ୍କୁ ଆଶ୍ବସ୍ତି । ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ ବିମାନବନ୍ଦରରେ ବିମାନ ଚଳାଚଳ ସ୍ବାଭାବିକ ହୋଇଛି । ଏୟାର ଟ୍ରାଫିକ କଣ୍ଟ୍ରୋଲ ସିଷ୍ଟମରେ ବୈଷୟିକ ତ୍ରୁଟି ଯୋଗୁଁ ପ୍ରାୟ ୮୦୦ରୁ ଅଧିକ ଉଡ଼ାଣ ବିଳମ୍ବ ହୋଇଥିଲା । ଫଳରେ ବିମାନବନ୍ଦରରେ ଯାତ୍ରୀଙ୍କ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଥିଲା । ହେଲେ ଆଜି ଏଟିସି ସମସ୍ୟାର ସମାଧାନ ହୋଇଛି । ତେଣୁ ବିମାନ ସେବା ସ୍ବାଭାବିକ ରହିଛି ।
ଏଟିସିରେ ତ୍ରୁଟି ଯୋଗୁ ବିମାନଗୁଡ଼ିକ ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ବିଳମ୍ବରେ ଚାଲିଥିଲା । ପ୍ରାୟ ୧୨ ଘଣ୍ଟା ପରେ ତ୍ରୁଟିରେ ସୁଧାର ଆସିଛି ଏବଂ ଖୁବ୍ଶୀଘ୍ର ବିମାନ ଚଳାଚଳ ସ୍ୱାଭାବିକ ହେବ ବୋଲି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଥିଲା ।
ଏଟିସିରେ ତ୍ରୁଟି ଦେଖାଦେବା ପରେ ଏୟାରପୋର୍ଟ ଅଥରିଟି ଏବଂ ଡିଜିସିଏ ତୁରନ୍ତ ସ୍ଥିତିକୁ ସମ୍ଭାଳିବା ପାଇଁ ଟେକ୍ନିକାଲ ଟିମ ପହଞ୍ଚିଥିଲା । ଡାଟା ସର୍ଭର ଯୋଗୁଁ ଏମିତି ହୋଇଥିଲା । ଏନେଇ ରାତି ୧୧.୫୫ରେ ଆଡଭାଇଜରୀ କରି ଦିଲ୍ଲୀ ଏୟାରପୋର୍ଟ ପ୍ରବନ୍ଧନ କହିଛି କି, ସମସ୍ତ ଫ୍ଲାଇଟ ଅପରେସନ ଏବେ ସାମାନ୍ୟ ରହିଛି । ଯାତ୍ରୀ ନିଶ୍ଚିନ୍ତ ହୋଇ ଯାତ୍ରା କରିପାରିବେ ।
