ଦୁଇ ଗୋଷ୍ଠୀ ଭିତରେ ଗଣ୍ଡଗୋଳ, ଜଣେ ଗୁରୁତର

ଦାରିଙ୍ଗବାଡ଼ି: ଭୋଜି କରିବାକୁ ଆସି ଦୁଇ ଗୋଷ୍ଠୀ ଭିତରେ ଗଣ୍ଡଗୋଳ, ଜଣେ ଗୁରୁତର ।  ଭୋଜି କରିବା ପାଇଁ ଆସି ଦାରିଙ୍ଗବାଡ଼ି ଡୁଲୁରୀ ପାଇନ ବଣରେ ଦୁଇ ଗୋଷ୍ଠୀ ମଧ୍ୟରେ ପୁଣି ଗଣ୍ଡଗୋଳ ହୋଇଥିବା ଦେଖିବାକୁ ମିଳିଛି ।  ଏହି ଘଟଣାରେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି ।

ଭୁବନେଶ୍ୱର ଓ କଟକରୁ ଉଭୟ ଦୁଇ ଗୋଷ୍ଠୀ ଦାରିଙ୍ଗବାଡ଼ି ସ୍ଥିତ ଡୁଲୁରୀ ପାଇନ ବଣକୁ ଭୋଜି କରିବାକୁ ଆସି ଥିଲେ ।  କୌଣସି କାରଣରୁ ଦୁଇ ଗୋଷ୍ଠି ଭିତରେ ହାତାହାତି ହୋଇଥିବା ଦେଖିବାକୁ ମିଳିଛି ।  ଖବର ପାଇଁ ଦାରିଙ୍ଗବାଡି ପୋଲିସ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିବା ଜଣା ପଡ଼ିଛି ।

Spread the love