ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ
କନ୍ଧମାଳ : ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ । ୧୫ଜଣ ସାକ୍ଷୀଙ୍କ ବୟାନ୍ ଅନୁସାରେ ଫୁଲବାଣୀ ପୋସ୍କୋ କୋର୍ଟ ଅଭିଯୁକ୍ତଙ୍କୁ କୋଡ଼ିଏ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ରହିଛି । ଅର୍ଥ ଅନାଦେୟ ହେଲେ ଅଧିକ ନଅ ମାସ ସଜା ଭୋଗିବେ I ଦୁଷ୍କର୍ମ ପୀଡିତାଙ୍କୁ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି DLSଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ସରକାରୀ ଓକିଲ ଅସୀମ ପ୍ରହରାଜ I
