ନିଆଳି ମାଧବଜୀଉ ମନ୍ଦିରରୁ ଆସିଛି ଫଳ ଭାର, ସୁସ୍ଥ ହେବା ପରେ ଫଳାହାର କରିବେ ମହାପ୍ରଭୁ
ପୁରୀ : ନିଆଳି ମାଧବଜୀଉ ମନ୍ଦିରରୁ ଶ୍ରୀ କ୍ଷେତ୍ର ଆସିଛି ମହାପ୍ରଭୁଙ୍କ ଲାଗି ଅଣସର ଫଳ ଭାର । ମହାପ୍ରଭୁ ଶ୍ରୀଜଗନ୍ନାଥ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡ଼ିତ ଥିବା ବେଳେ ମହାପ୍ରଭୁଙ୍କ ଲାଗି ବିଭିନ୍ନ ପ୍ରକାରର ଫଳ ଭାର ଆଣିଛନ୍ତି ଭକ୍ତ ।ବଡ଼ ଦାଣ୍ଡରେ ଏକ ପଟୁଆରରେ ସଂକୀର୍ତନ କରି ମହାପ୍ରଭୁଙ୍କ ଶ୍ରୀ ମନ୍ଦିର କୁ ଯାଇଛି ଅଣସର ଫଳ ଭାର । ଆମ୍ବ, ସପୁରି, ସେଓ, କଦଳୀ, ପଣସ, ଆଦି ଫଳ ମହାପ୍ରଭୁଙ୍କ ନିମନ୍ତେ ନିଆଳି ମାଧବଜୀଉ ମନ୍ଦିର ପକ୍ଷରୁ ଆସିଛି । ମହାପ୍ରଭୁ ଆଜି ଦଶ ମୂଳ ସେବନ କରି ସମ୍ପୂର୍ଣ ଜ୍ୱରରୁ ସୁସ୍ଥ ହୋଇ ଫଳ ଆହାର କରିବେ ।
