ନିଶାଙ୍କ ପାଇଁ ଷ୍ଟେଜ ପାଲଟିଲା ରଣକ୍ଷେତ୍ର, ଉଡ଼ିଲା ଚେୟାର
ବ୍ରହ୍ମପୁର : ନିଶା ମହାରଣାଙ୍କ ପାଇଁ ଷ୍ଟେଜ ପାଲଟିଲା ରଣକ୍ଷେତ୍ର। ଷ୍ଟେଜକୁ ଚେୟାର ଫୋପାଡ଼ିଲେ । ଯାତ୍ରା କମିଟି ସଦସ୍ୟଙ୍କ ଧସ୍ତାଧସ୍ତି କଲେ ଦର୍ଶକ। ବ୍ରହ୍ମପୁର ଆଙ୍କୁଶପୁର ନିକଟରେ ଥିବା ବୁଢୀଘର ନିକଟରେ ଗୌରୀ ଗଣନାଟ୍ଯ ପଡ଼ିଥିବା ବେଳେ ଏଭଳି ଘଟଣା ଘଟିଛି । ଗତ ଚାରି ତିନି ଦିନ ଧରି ସ୍ଥାନୀୟ ଯାତ୍ରା କମିଟି ପକ୍ଷରୁ ଗୌରୀ ଗଣନାଟ୍ୟ ଅପେରା ଚାଲିଥିଲା ।
ସୋମବାର ରାତିରେ ନିଶା ମହାରଣା ଯାତ୍ରାକୁ ଆସିବେ ବୋଲି ଯାତ୍ରା କମିଟି ପକ୍ଷରୁ ଘୋଷଣା କରାଯାଇଥିଲା। କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆସିନଥିଲେ ନିଶା ମହାରଣା । ଫଳରେ ସମୟ ଗଡ଼ିବା ପରେ ଦର୍ଶକ ଉତ୍ତ୍ଯକ୍ତ ହୋଇଯାଇଥିଲେ ।
ନିଶା ମହାରଣାକୁ ଷ୍ଟେଜକୁ ନଆସିବାରୁ ଷ୍ଟେଜ ଉପରକୁ ଚେୟାର ଫିଙ୍ଗିଥିଲେ । ପରେ ଯାତ୍ରା କମିଟି ଓ ଅପେରାର କର୍ମକର୍ତ୍ତାଙ୍କ ସହ ଗଣ୍ଡଗୋଳ କରିଥିଲେ । ଏକ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ପରେ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ପରେ ଅପେରା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଥିଲା ।