ନୂଆ ଦଳ ଗଠନ ପୂର୍ବରୁ ମହମ୍ମଦ ମୋକିମଙ୍କ ଯୁବ ସମାବେଶ, ଯୋଗ ଦେଲେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ

ଭୁବନେଶ୍ବର : ନୂଆ ଦଳ ଗଠନ ପୂର୍ବରୁ ମହମ୍ମଦ ମୋକିମଙ୍କ ଯୁବ ସମାବେଶ  ।  ମୋକିମ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ବରରେ ଯୁବ ସମାବେଶ ।  ଜାତୀୟ ଯୁବ ଦିବସରେ ଯୁବ ଗୋଷ୍ଠୀଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଛନ୍ତି ମୋକିମ୍। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୋକିମ୍ କହିଛନ୍ତି ଓଡ଼ିଶାର ବିକାଶ ପାଇଁ ଯୁବ ଗୋଷ୍ଠୀର ଆବଶ୍ୟକତା ରହିଛି ।

କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ ତାଙ୍କ ବାପାଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି ।  ସୋଫିଆ କହିଛନ୍ତି, ରାଜନୀତିରେ ପାଦ ଦେବା ଆଗରୁ ମୋକିମ କଟକବାସୀଙ୍କ ସେବା କରୁଥିଲେ  ।  ଦେଶ ଗଢିବା ପାଇଁ ଆମ ସମସ୍ତ ଏକ ହେବାକୁ ପଡିବ। ବାପା ଗୋଟିଏ ପ୍ରସଙ୍ଗ ନେଇ ଆଗକୁ ବଢିଲେ କେହି ତାଙ୍କୁ ଅଟକାଇ ପାରିବେ ନାହିଁ ବୋଲି ସୋଫିଆ କହିଛନ୍ତି ।  ଭୟ ନକରି ଏହି ଲଢେଇରେ ସମସ୍ତଙ୍କୁ ସାମିଲ ହେବାକୁ ସୋଫିଆ ଅନୁରୋଧ କରିଛନ୍ତି ।

Spread the love