ପଞ୍ଚଭୂତରେ ବିଲୀନ ହେଲେ ପ୍ରଶାନ୍ତ ଶତପଥୀ, ଇସାଣୀ ଗାଁ ଶ୍ମଶାନରେ ହେଲା ଶେଷକୃତ୍ୟ ସମ୍ପନ୍ନ

ବାଲେଶ୍ୱର : ପ୍ରଶାନ୍ତ ଶତପଥୀଙ୍କ ଶେଷକୃତ୍ୟ ସମ୍ପନ୍ନ । ଇସାଣୀ ଗାଁ ଶ୍ମଶାନରେ ହେଲା ଶେଷକୃତ୍ୟ ସମ୍ପନ୍ନ । ଶେଷକୃତ୍ୟରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହଜାର ହଜାର ଲୋକ ଅନ୍ତିମ ଯାତ୍ରାରେ ହେଲେ ସାମିଲ ।  ମୃତ ପ୍ରଶାନ୍ତଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଶାନ୍ତଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ସହ ପ୍ରଶାନ୍ତଙ୍କ ପୁଅର ପାଠପଢ଼ା ଦାୟିତ୍ବ ବି ନେବେ ରାଜ୍ୟ ସରକାର ।  ନିରୀହ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣକୁ କଡ଼ା ନିନ୍ଦା କରିବା ସହ ଆତଙ୍କୀଙ୍କ ବର୍ବରତାକୁ ଯେତେ ନିନ୍ଦା କଲେ କମ୍ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।  ଧର୍ମ ଆଧାରରେ ହତ୍ୟା କରିବା ଘଟଣାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ତୀବ୍ର ନିନ୍ଦା କରିଛନ୍ତି ।  ମଙ୍ଗଳବାର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିଲେ ପ୍ରଶାନ୍ତ ।

Spread the love

Leave a Reply

Your email address will not be published. Required fields are marked *