ପହଲଗାମରେ ଆତଙ୍କବାଦୀ ହତ୍ୟା ପରେ ସଜାଗ ଓଡ଼ିଶା ସରକାର, ଅନୁପ୍ରବେଶକାରୀଙ୍କ ଉପରେ ତୀକ୍ଷ୍ମ ନଜର
ଭୁବନେଶ୍ୱର : ପହଲଗାମ୍ ଆତଙ୍କୀ ହମଲା ସାରା ବିଶ୍ଵକୁ ଦୋହଲାଇଦେଇଛି । ସବୁଠି ଏହି ଘଟଣାକୁ ନିନ୍ଦା କରାଯାଉଛି । ଏହାରି ଭିତରେ ଆତଙ୍କୀ ହମଲା ପରେ ପୁରା ସଜାଗ ଅଛନ୍ତି ରାଜ୍ୟ ସରକାର । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଘଟଣାକୁ ନେଇ ଉଚ୍ଚସ୍ତରୀୟ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ରହିଥିବା ଅନୁପ୍ରବେଶକାରୀଙ୍କ ଉପରେ ତୀକ୍ଷ୍ମ ନଜର ରଖାଯାଇଛି । ସବୁ ପରିସ୍ଥିତିକୁ ମୁକାବିଲା ପାଇଁ ନିର୍ଦେଶ ଦିଆଯାଇଛି ।