ପାରିବାରିକ ବିବାଦକୁ ନେଇ ଯୁବକଙ୍କୁ ତୀର ମାଡ଼
ରାଉରକେଲା : ଯୁବକଙ୍କୁ ତୀର ମାଡ଼ । ପାରିବାରିକ ବିବାଦକୁ ନେଇ ଯୁବକଙ୍କୁ ତୀର ମାଡ଼ । ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି । ସୁନ୍ଦରଗଡ଼ ଜିଲ୍ଲା କଲୁଙ୍ଗା ନିକଟରେ ଘଟିଛି ଘଟଣା । ଆହତ ଯୁବକ ହେଲେ ନିତ୍ୟାନନ୍ଦ ରନବିଡ଼ା । ଘର ସମ୍ବଲପୁର ବୁର୍ଲା ବଡ଼ସିଂଘାଲିରେ । କଲୁଙ୍ଗାକୁ ନିଜ ସଢୁର ଦଶାହ କାମରେ ଯୋଗଦେବାକୁ ଆସିଥିବା ବେଳେ ତାଙ୍କ ଉପରେ ତୀରମାଡ଼ ହୋଇଛି । ଯୁବକ ଜଣଙ୍କ ଗୁରୁତର ଥିବାରୁ ରହିଛି । ତୀର ମାଡ଼ କରିଥିବା ବ୍ୟକ୍ତି ଫେରାର ହୋଇ ଯାଇଥିବା ସୂଚନା । ପୋଲିସ ଘଟଣାର ତଦନ୍ତ କରୁଛି ।