ପୋଡ଼ିପାଉଁଶ ହୋଇଗଲା ୩ ପରିବାରର ଘର

ଲକ୍ଷ୍ମୀପୁର: କୋରାପୁଟ ନାରାୟଣପାଟଣା ବ୍ଲକ ସିରିଗୁଡ଼ାରେ ଭୟାବହ ଅଗ୍ନିକାଣ୍ଡ । ପୋଡ଼ିପାଉଁଶ ହୋଇଗଲା ୩ ପରିବାରର ଘର । ଗାଁର ଦିଲୀପ ସିରିକା, ଶ୍ୟାମ ହୁଇକା ଓ ନାରସୁ ସିରିକାଙ୍କ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିବା ସରପଞ୍ଚ କହିଛନ୍ତି । ପଞ୍ଚାୟତ ପକ୍ଷରୁ ଅଗ୍ନି ବିପନ୍ନଙ୍କୁ ସହାୟତା ଯୋଗାଇ ଦିଆଯାଇଛି । ଖବରପାଇ ଅତିରିକ୍ତ ତହସିଲଦାର ପହଞ୍ଚି ପଲିଥିନ ଯୋଗାଇବା ସହ ରାଜସ୍ବ ନିରୀକ୍ଷକ ଯାଇ କ୍ଷୟକ୍ଷତିର ଆକଳନ କରିଛନ୍ତି । ସରକାରଙ୍କୁ କ୍ଷତିପୂରଣ ପାଇଁ ସୁପାରିଶ କରାଯିବ ତହସିଲଦାର କହିଛନ୍ତି ।

 

Spread the love