ପୋଲିସ-ବନବିଭାଗ ବିବାଦ ବଢ଼ିଲା, ଡିଜିପିଙ୍କୁ ଚିଠି ଲେଖିଲେ ପିସିସିଏଫ
ପଟ୍ଟାମୁଣ୍ଡାଇ: ଘନେଇଲା ଖାକି-ଖାକି ବିବାଦ । ଡିଜିଙ୍କୁ ଚିଠି ଲେଖିଲେ ପିସିସିଏଫ । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର ବନବିଭାଗ ରେଞ୍ଜ କାର୍ଯ୍ୟାଳୟରେ ପଶି ଏସିଏଫଙ୍କ ଉପରେ ବର୍ଷିବା ଘଟଣାରେ ବିବାଦ ତୀବ୍ର ହେବାରେ ଲାଗିଛି । ଜଣେ ଆଇଆଇସି କେଉଁ ଅଧିକାରରେ ଅନ୍ୟ ଜଣେ ଅଧିକାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କଲେ ସେନେଇ ପ୍ରଶ୍ନ ଉଠିଛି । ସମ୍ପୃକ୍ତ ଆଇଆଇସିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବନବିଭାଗ ଅଧିକାରୀ ଓ କର୍ମଚାରୀ । ପୋଲିସ ଡିଜିଙ୍କ ଚିଠି ଲେଖି ଅବଗତ କରାଇବା ସହ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ପିସିସିଏଫ୍ ।
ପୂର୍ବରୁ କେନ୍ଦ୍ରୀୟ ଆଇଜିଙ୍କୁ ଜଣାଇଥିଲେ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭଗର ସ୍ବତନ୍ତ୍ର ସଚିବ । ଗତ ୨୧ ତାରିଖ ଦିନ ବଜ୍ରକାପ୍ତା କାତି ଚୋରା କାରବାର କରୁଥିବା ୩ ଆନ୍ତଃରାଜ୍ୟ ବଜ୍ରକାପ୍ତା ବେପାରୀଙ୍କୁ ଗିରଫ କରି ପଚରାଉଚରା କରୁଥିଲେ ଏସିଏଫ୍ । ହଠାତ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର ପହଂଚି ଏସିଏଫ ଙ୍କୁ ଦୁର୍ବ୍ୟବହାର କରିବା ସହ ଦବଙ୍ଗଗିରି ଦେଖାଇଥିଲେ । ଏପରିକି ମିଛ ମାମଲାରେ ଛନ୍ଦି ଦେବାକୁ ଏସିଏଫଙ୍କୁ ଧମକ ଦେଇଥିଲେ ।
