ବଢ଼ୁଛି ହୀରାକୁଦ ଜଳସ୍ତର, ଆହୁରି ଗେଟ୍ ଖୋଲିବା ସମ୍ଭାବନା

ସମ୍ବଲପୁର: ଖୋଲିଲା ହୀରାକୁଦର ୨୦ଟି ଗେଟ୍ । ଛତିଶଗଡ଼ରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଡ୍ୟାମ୍ କର୍ତ୍ତୃପକ୍ଷ ପର୍ଯ୍ୟାୟକ୍ରମେ ୨୦ ଟି ସ୍ଲୁଇସ୍ ଗେଟ୍ ଖୋଲିଛନ୍ତି ।

ବାମ ପାର୍ଶ୍ୱର ୧୩ ଟି ଏବଂ ଡାହାଣ ପାର୍ଶ୍ୱର ୭ ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୮.୨୩ ଫୁଟ୍ ରହିଛି l ପ୍ରତି ସେକେଣ୍ଡରେ ୩ ଲକ୍ଷ ୩୯ ହଜ଼ାର ୧୪୩ କ୍ୟୁସେକ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି । ସେହିପରି ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୨୦ ଟି ଗେଟ ଦେଇ ୩ ଲକ୍ଷ ୬୪ ହଜ଼ାର ୩୮୧ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି l ଆଗକୁ ଆହୁରି ଗେଟ୍ ଖୋଲିବା ସମ୍ଭାବନା ଦେଖା ଦେଇଛି l ଜଳସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ଆଗାମୀ ସମୟରେ ଆହୁରି ଗେଟ୍ ଖୋଲାଯାଇପାରେ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି  l

Spread the love

Leave a Reply

Your email address will not be published. Required fields are marked *