ବର୍ଷାରେ ଭାଙ୍ଗିଥିବା ଘର ତୁରନ୍ତ ଦେବେ ସରକାର, ୫ ଦିନ ମଧ୍ୟରେ ହେବ କ୍ଷୟକ୍ଷତି ଆକଳନ
ଭୁବନେଶ୍ୱର : ବର୍ଷାରେ ଭାଙ୍ଗିଥିବା ଘର ତୁରନ୍ତ ଦେବେ ସରକାର । ଅନ୍ତଦ୍ୟୋୟ ଗୃହ ଯୋଜନାରେ ମିଳିବ ଘର । ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ୪ ଦିନ ବର୍ଷା ରେ ୪ ଜିଲ୍ଲାର ୪୫ ରୁ ୫୦ ଘର ଭାଙ୍ଗିଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ । ତେବେ ଏହି ସଂଖ୍ୟା ବଢ଼ିପାରେ ବୋଲି କହିଛନ୍ତି । ବର୍ଷା କମିଲେ ୫ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ ହେବ । ରାସ୍ତାଘାଟ ଓ ଫସଲ କ୍ଷୟକ୍ଷତିର ମଧ୍ୟ ଆକଳନ ହେବ। ଦକ୍ଷିଣ ଓଡ଼ିଶାର ବ୍ୟାପକ କ୍ଷୟକ୍ଷତି ହୋଇଥିବା ମନ୍ତ୍ରୀ କହିଛନ୍ତି ।
