ବସ୍ ମାଲିକଙ୍କୁ ମହଙ୍ଗା ପଡ଼ିଲା ଟାକ୍ସ ଫାଙ୍କିବା: ମୋଟ ୧୦ ଲକ୍ଷ ୧୯ ହଜାର ୭୫୬ ଟଙ୍କା ଫାଇନ୍ ଲଗାଇଲା ଆରଟିଓ
କଟକ : ଟାକ୍ସ ଫାଙ୍କିବା ପଡ଼ିଲା ମହଙ୍ଗା । ଶିବ ଶଙ୍କର ବସ୍ ମାଲିକଙ୍କୁ ୧୦ ଲକ୍ଷ ଟଙ୍କାର ଫାଇନ୍ ଲଗାଇଲା କଟକ ଆରଟିଓ । ଗାଡିର ପରମିଟ୍ ଓ ଫିଟ୍ ନେସ୍ ସାର୍ଟିଫିକେଟ୍ ନଥିଲା । ଫିଟନେସ୍ ନଥିବାରୁ ୫ ହଜାର, ପଲ୍ୟୁସନ ପାଇଁ ୧୦ ହଜାର ଫାଇନ କଲା କଟକ RTO । ବୀମା ପାଇଁ ୨ ହଜାର, ଟ୍ୟାକ୍ସ ପାଇଁ ୩ ଲକ୍ଷ ୭ ହଜାର ୬୬୪ ଟଙ୍କା ଫାଇନ୍ ହୋଇଛି । ପେନାଲଟି ୬ ଲକ୍ଷ ୮୫ ହଜାର ୯୨ ଟଙ୍କା ପଡିଛି । ବସ୍ କୁ ମୋଟ ୧୦ ଲକ୍ଷ ୧୯ ହଜାର ୭୫୬ ଟଙ୍କା ଫାଇନ୍ କଟାଯାଇଛି ।
